ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

0
242

ଛତ୍ରପୁର : ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ଭା.ପ୍ର.ସେ. ଗଞ୍ଜାମ ଜିଲ୍ଲା ଦିନିକିଆ ଗସ୍ତରେ ଆସି ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ଏବଂ ଛତ୍ରପୁର ସ୍ଥିତ ସୂଚନ କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରି ପାଠକ ମାନଙ୍କ ସହିତ ଆଲୋଚନା କରିଥିଲେ । ପାଠାଗାରରେ ଉପଲବ୍ଧ ଥିବା ସୁବିଧା ସମ୍ପର୍କରେ ପାଠକ ମାନଙ୍କର ମତାମତ ଜାଣିବାକୁ ଚାହିଁଥିଲେ ଏବଂ ପାଠାଗାରର ଅଭିବୃଦ୍ଧି ଦିଗରେ କେଉଁ ସବୁ ପଦକ୍ଷେପମାନ ଗ୍ରହଣ କରାଗଲେ ପାଠକ ମାନେ ଅଧିକ ଉପକୃତ ହୋଇପାରିବେ ସେ ବିଷୟ ନେଇ ସବିଶେଷ ଆଲୋଚନା କରିଥିଲେ । ଉଭୟ କାର୍ଯ୍ୟାଳୟର କ୍ଷେତ୍ର ପ୍ରଚାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । କାର୍ଯ୍ୟାଳୟର ରେକର୍ଡ ତନଖି କରିବା ସହ କ୍ୟାଶ୍ ଓ ଅନ୍ୟାନ୍ୟ ରେକର୍ଡ ଯାଂଚ୍ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟକୁ ଅଧିକ ସଶକ୍ତିକରଣ କରିବା ନେଇ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଗୁରବୀର୍ ସିଂ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା କୋଭିଡ୍ ସହାୟତା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ଖବରକାଗଜ ବିତରକ ମାନଙ୍କୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଆବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ । କାର୍ଯ୍ୟାଳୟରେ ଉପଲବ୍ଧ ହେଉଥିବା ଇଣ୍ଟରନେଟ୍ ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ଜିଲ୍ଲା କାର୍ଯ୍ୟାଳୟ ଗୁଡିକୁ ଅଧିକ ସଶକ୍ତ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏ ସମୟରେ ଉଭୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।

LEAVE A REPLY

Please enter your comment!
Please enter your name here