ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରୁ ଟ୍ରନ୍ସଫରମର କେବେ ହଟିବ!!!

0
298

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଓଡ଼ିଆ ଭଣ୍ଡାରି ସାହି ରେ ହିଁ ଅବସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର । ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ ସହରର ୧୬ଗୋଟି ୱଡ ମଧ୍ୟରୁ ପାଖାପାଖି ୯ଗୋଟି ୱଡର ଜନସାଧାରଣ ନିର୍ଭରଶୀଳ ହେଉଛନ୍ତି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ପୂର୍ବରୁ ପାରଳାଖେମୁଣ୍ଡି ପୈରପରିଷଦ ଅଧିନରେ ପରିଚାଳିତ ହେଉଥିବା ସମୟରେ ବହୁତ ଲୋକ ଙ୍କ ସେବାରେ ଆସୁଥିଲା, ଏହି ସ୍ବାସ୍ଥ୍ୟ କେନ୍ଦ୍ର ବର୍ତମାନ ଗଜପତି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଅଧିନରେ ତଥା ଏନ୍ ଆର୍ ଏଚ ଏମ୍ ଙ୍କ ଦ୍ଵାରା ପରିଚାଳିତ ହେଉଛି। ଏଠାରେ ପ୍ରତ୍ୟେକ ଦିନ ନିୟମିତ ଡାକ୍ତର ଆସୁଥିବା ବେଳେ ନିରାମୟ ଯୋଜନା ରେ ଏଠାରେ ମାଗଣାରେ ଔଷଧ ମିଳିବା ସହିତ ସମସ୍ତ ପ୍ରକାର ରକ୍ତ,ପରିଶ୍ରା ଭଳିଆ ପରିକ୍ଷା ମଧ୍ୟ ମାଗଣାରେ କରାଯାଇଛି। ଏହି ଚିକିତ୍ସାଳୟରେ ଫାର୍ମାସିଷ୍ଟ,ଲେବଟେକ୍ଟସିୟନ,ଏଏନଏମ,ନର୍ସ, ଆଶାଦିଦି, ଇତ୍ୟାଦି ଙ୍କ ଦ୍ଵାରା ସେବା ପାଉଛନ୍ତି। ଏଠାରେ ଛୋଟ ଛୁଆ ଙ୍କୁ ଟିକାକରଣ ବ୍ୟବସ୍ଥା ରହିଛି। ଏହି ଚିକିତ୍ସାଳୟ ପାଇଁ ପକ୍କା ଚିକିତ୍ସାଳୟ ଗୃହ ମଧ୍ୟ ସରକାର ଙ୍କ ପକ୍ଷରୁ ନିର୍ମାଣ କରାଯାଇଛି। ଏହି ସମସ୍ତ ବିଷୟବସ୍ତୁ କୁ ଆଧାର କରିବା ବେଳେ ଏଠାକୁ ସହରର ବହୁତ ଲୋକ ସ୍ବାସ୍ଥ୍ୟ ସେବା ରେ ଉପକୃତ ହେଉଥିବା ଦେଖିବାକୁ ମିଳିଥାଏ। ହେଲେ ଦୁଃର୍ଭାଗ୍ୟ ର ବିଷୟ ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ ଲାଗି ମୂଖ୍ୟ ଫାଟକ ଯଥା ସାଧାରଣ ଲୋକେ ଯିବା ଆସିବା ରାସ୍ତା ଉପରେ ଟାଟା କମ୍ପାନୀ ପକ୍ଷରୁ ଟ୍ରାନ୍ସଫାରମର ରଖାଯାଇଛି ତେଣୁ ଅଞ୍ଚଳ ବାସିନ୍ଦା ଙ୍କ ଅଭିଯୋଗ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କତୃପକ୍ଷ ତଥା ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ବହୁ ବାର ଅଭିଯୋଗ କରିଛନ୍ତି ।ହେଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିଲା। କାରଣ ଏଠାରେ ୩୩କେଭି ର ମୂଖ୍ୟ କରେଣ୍ଟ। ସପ୍ଲାଏ ହେଉଛି। ଏଠାରେ ସଦା ସର୍ବଦା ଏହି ଟ୍ରାନ୍ସଫର୍ମ ରେ ସର୍ଟ ସର୍କିଟ ହୋଇ ନିଆଁ ବାହାରିବା ବେଳେ କେଉଁ ସମୟରେ ଚିକିତ୍ସାଳୟ କୁ ଆଧାର କରିଥିବା ସାଧାରଣ ଲୋକେ ଅସୁବିଧା ର ସମ୍ମୁଖୀନ ହେବବୋଲି ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ବହୁତ ଥର ଅଭିଯୋଗ କରିଥିଲେ। ଏହି ଅଭିଯୋଗ କୁ ଭିତିକରି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏହି ଟ୍ରନ୍ସଫରମର ଟିକୁ ସ୍ଥାନାନ୍ତରିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ କୁ ଓ ଇଲେକ୍ଟ୍ରିକାଲ ବିଭାଗୀୟ ଅଧିକାରୀ ଙ୍କୁ ଓ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ନିକଟକୁ ଚିଠି ମଧ୍ୟ ପଠାଇଛନ୍ତି ଯାହା ଚିଠା ନମ୍ବର।- ୧୧୧୭୧ ,ତା୦୨.୧୦.୨୦୨୦ରିଖ ରେ ଅନୁରୋଧ କରିଥିଲେ। ଆଜକୁ ଦେଢ ବର୍ଷ ବିତିଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରି ହେଇପାରିଲା ନାହିଁ ଯାହା ଫଳରେ ଏହି ଅଞ୍ଚଳ ଲୋକଙ୍କ ସୁବିଧା ନିମନ୍ତେ ଟ୍ରାନ୍ସଫରମରଟି ହଟିବା ସମ୍ଭବପର ହେଲା ନାହିଁ। ତାହା କେବେ ହଟିବ ତା’ର ମଧ୍ୟ କିଛି ସୂଚନା ନାହିଁ। ଯଦି ବିଭାଗୀୟ ଅଧିକାରୀ ଙ୍କ ଚିଠି ପ୍ରତି ଧ୍ୟାନ ନଦେଇ ଏହି ଚିକିତ୍ସାଳୟ ଠାରୁ ଟ୍ରନ୍ସଫରମର ହଟୁନାହିଁ, ତାହା ହେଲେ ଏ ସାଧାରଣ ଲୋକଙ୍କ ପାଇଁ ଇଲେକ୍ଟ୍ରିକାଲ ବିଭାଗ ପକ୍ଷରୁ କ’ଣ ସେବା ପାଉଛନ୍ତି ବୋଲି ଅଞ୍ଚଳ ବାସିନ୍ଦା ଆଲୋଚନା କରୁଛନ୍ତି। ଏଠାରେ ସାଧାରଣ ଲୋକଙ୍କ ଅଭିଯୋଗ ଯଦି ଏହି ଟ୍ରାନ୍ସଫରମର ହଟାଇବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନନେଲେ ଆସନ୍ତା ଦିନରେ ଏହି ଅଞ୍ଚଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଏଠାକାର ଜନସାଧାରଣ ସହିତ ୱଡର ନିର୍ବାଚିତ ସଭ୍ୟ ମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here