ସ୍ୟାଣ୍ଡ ଆନିଭେସନ୍ ଜରିଆରେ ମାତୃତ୍ବ ଦିବସର ବାର୍ତ୍ତା

0
260

ବ୍ରହ୍ମପୁର: ଆଜି ମଦର୍ସ ଡେ’ ବା ମାତୃତ୍ବ ଦିବସ । ମା’ ପାଇଁ ଦିନଟିଏ । ପ୍ରତ୍ୟେକ ବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଏ । ମାଆ ପାଇଁ ରହିଥିବା ଏହି ଦିନଟିକୁ ନେଇ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା ନିଜର ସ୍ୟାଣ୍ଡ ଆନିଭେସନ୍ ଜରିଆରେ ମାତୃତ୍ବ ଦିବସର ବାର୍ତ୍ତା ପ୍ରଦାନ କରିଛନ୍ତି ସ୍ୟାଣ୍ଡ ଆନିମେସନ୍ ଜରିଆରେ ମାତୃତ୍ବ ଦିବସର ବାର୍ତ୍ତାଶିଶୁଟିକୁ ଳାଳନ ପାଳନ କରିବା ଠାରୁ ଆରମ୍ଭ କରି ସମାଜରେ ପ୍ରତିଷ୍ଠିତ ନାଗରିକ କରିବା କ୍ଷେତ୍ରରେ ମାଆର ଭୂମିକା ରହିଥାଏ ଗୁରୁତ୍ବପୂର୍ଣ୍ଣ । ଏପରିକି ଶିଶୁଟି ଯେତେବେଳେ ଛୋଟ ସମୟରେ କିଛି କହିଥାଏ କେବଳ ମାଆ ହିଁ ତାର କଥା ଓ ଭାଷାକୁ ବୁଝପାରିଥାଏ । ହେଲେ ସମାଜରେ ଅନେକ ବଡ ହୋଇଗଲା ପରେ ସେହି ମାଆର କିଛି କଥା ବୁଝିପାରିନଥାନ୍ତି ଯାହାକି ଅତ୍ୟନ୍ତ ଦୁଃଖଦାୟକ ।ଏହାକୁ ନିଜର କଳା ମାଧ୍ୟମରେ ଦର୍ଶାଇବା ସହ ସମସ୍ତେ ମାଆ ପ୍ରତି ରହିଥିବା ଭଲ ପାଇବା ସହ ତାଙ୍କ ପ୍ରତି ନିଜର ଉତ୍ତର ଦାୟିତ୍ବ ବୃଦ୍ଧି କରିବାକୁ ଆହ୍ବାନ କରିଛନ୍ତି ଶିଳ୍ପୀ । ଏପରିକି ସମାଜରେ ସମସ୍ତେ ମିଳିତ ଭାବରେ ଧରିତ୍ରୀ ମା’କୁ ରକ୍ଷା କରିବା ପାଇଁ ବୃକ୍ଷ ରୋପଣ କରି ସବୁଜିମା ସୃଷ୍ଟି କରିବାକୁ ଆହ୍ବାନ କରିଛନ୍ତି ସେ ।

LEAVE A REPLY

Please enter your comment!
Please enter your name here