ବେଆଇନ ଭାବେ ଗଛିତ ମହୁଲ ଜବତ, ଜଣେ ଗିରଫ

0
257

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡ଼ିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ୧୫୬୦ କିଲୋ ବେଆଇନ୍ ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ୍ ଭାବେ ମହୁଲ କିଣି ଗଚ୍ଛିତ ରଖିବା ଅଭିଯୋଗରେ ସିମନବାଡ଼ି ଗାଁର ବିଦ୍ୟାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡା ଅବକାରୀ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ପ୍ରଦାନ କରିଛନ୍ତି । ଗିରଫ ବ୍ୟକ୍ତିଙ୍କ ବାସଗୃହ ସମେତ ତାଙ୍କର ବିଭିନ୍ନ ଗୋଦାମ ଗୃହରୁ ଅବକାରୀ ବିଭାଗର ଏକ ଟିମ୍ ୫୨ ବସ୍ତା ମହୁଲ ଯାହାର ଓଜନ ୧୫୬୦ କିଲୋ ତାହା ଜବତ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡି ଥାନା ସିମନବାଡ଼ି ଗାଁରେ ବିଦ୍ୟାଧର ସାହୁ ବିନା ଲାଇସେନ୍ସରେ ମହୁଲ କାରବାର କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜିଲ୍ଲା ଅବକାରୀ ବିଭାଗ ନିର୍ଦ୍ଦେଶକ୍ରମେ ରାଇକିଆ ଅବକାରୀ ଟିମ୍ ଓ ବାଲିଗୁଡ଼ା ଅବକାରୀ ଟିମ୍ ମିଳିତ ଭାବେ ଚଢ଼ାଉ କରି ବିଦ୍ୟାଧର ସାହୁଙ୍କୁ ଗିରଫ କରିବା ସହ ୧୫୬୦ କିଲୋ ମହୁଲ ଜବତ କରିଥିଲେ । ଏନେଇ ରାଇକିଆ ଅବକାରୀ ବିଭାଗ ଦ୍ଵାରା କେସ୍ ନମ୍ବର ୧୦/୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ରାଇକିଆ ଭାରପ୍ରାପ୍ତ ଅଧିକାରୀ ଶାନ୍ତନୁ କୁମାର ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here