ମୋହନା ପୁଲିସ ଦ୍ୱାରା ୭୦ କିଲୋ ଗଞ୍ଜେଇ ସହ ଜଣେ ଗିରଫ

0
276

ମୋହନା: ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଧେଶ କ୍ରମେ ମୋହନା ଥାନା ଏସଆଇ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ତତ୍ତ୍ଵାବଧାନରେ ପୁଲିସ କର୍ମଚାରୀଙ୍କ ମିଳିତ ଭାବେ ଗତ ମଙ୍ଗଳବାର ଅପରାହ୍ନ ସମୟରେ ମୋହନା ଥାନା ଅଞ୍ଚଳରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଅଠରନଳା ପୋଲ ନିକଟରେ ଏକ ଟିଭିଏସ ଏସ୍କଏଲ ଗାଡି ନଂ- ଓଡ଼ିଠ୭ ଏଜି୨୪୮୨କୁ ଅଟକାଯାଇ ସେ ଗାଡ଼ିକୁ ଯାଞ୍ଚ କରିବା ବେଳେ ଗାଡ଼ିର ପଛ ପଟେ ୨ଟି ଜରି ଅଖାରେ ଗଞ୍ଜେଇ ଥିବା ଜାଣି ପାରିଥିଲେ। ଗଞ୍ଜେଇ ବସ୍ତା ଗୁଡିକୁ ମୋହନା ଅତିରିକ୍ତ ତହସିଲଦାର ସୁଧାଂଶୁ ଭୂଷଣ ପଲେଇଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ସେଥିରୂ ୭୦ କିଲୋ ଗଞ୍ଜେଇ ଓଜନ ହୋଇଥିଲା । ସେହି ଗଞ୍ଜେଇ ମାଫିଆ ଗଞ୍ଜାମ ଜିଲ୍ଲା ପାଟପୁର ଗ୍ରାମର ରବି ସାହୁ ଚୁଡଙ୍ଗପୁର ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ନିଜ ଗ୍ରାମକୁ ନେଉଥିବା କହିଛି। ଏହା ସହ ଗଞ୍ଜେଇ ମାଫିଆଙ୍କ ଠାରୁ ପ୍ରାୟ ନଗଦ ୨ ହଜାର ଟଙ୍କା ଓ ୨ଟି ମୋବାଇଲ ମୋହନା ପୁଲିସ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here