ପ୍ରଚଣ୍ଡ ଖରାରେ ଜଳିଗଲା ମୋଟର ସାଇକେଲ

0
337

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମ ବଜାର ନିକଟରେ ଘଟିଛି ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା । ବର୍ତମାନ ଗ୍ରୀଷ୍ମର ପ୍ରଚଣ୍ଡ ତାତିରେ ଛେଳିଗଡ଼ ଗ୍ରାମର ମୁଖ୍ୟ ବଜାର ପାର୍ଶ୍ୱରେ ଛିଡା ହୋଇଥିବା ଏକ ବାଜାଜ ପଲସର ୨୨୦ ମଟର ସାଇକେଲ ରେ ହଠାତ ନିଆଁ ବାହାରି ଜଳି ଯାଇଥିଲା l ମିଳିଥିବା ସୂଚନା ପ୍ରକାରେ ନୂଆଗଡ ଅଞ୍ଚଳର ଜଣେ ବ୍ୟକ୍ତି ଗାଡି ନଂ- ଓଡିଠ୨ ଏଟି ୩୭୪୦ ବିଶିଷ୍ଟ ଏକ ପଲସର ମଟର ସାଇକେଲ ଯୋଗେ କୌଣସି କାର୍ଯ୍ୟରେ ଛେଳିଗଡ଼ ଆସିଥିଲେ । ସେ ଛେଳିଗଡ଼ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଗାଡିଟିକୁ ରଖି ନିକଟରେ ଥିବା ଏକ ଦୋକାନକୁ ଯାଇଥିବା ବେଳେ ମଟର ସାଇକେଲ ଟି ହଠାତ ଜଳିବାରେ ଲାଗିଥିଲା। ବ୍ୟକ୍ତି ଜଣକ ନିଆଁ ଲିଭେଇବା ପାଇଁ ବହୁ ଚେଷ୍ଟା କରିଥିଲେ କିନ୍ତୁ ନିଆଁ ଲିଭିବା ଭିତରେ ବାଇକଟି ଅଧା ଜଳି ଯାଇଥିଲା l ବର୍ତମାନ ର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିନ କୁ ଦିନ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକେ ୧୧ଟା ପରେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଅସହ୍ୟ ଗରମ ଯୋଗୁଁ ଦୋକାନ ବଜାର ମଧ୍ୟ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ଏଠାରେ ସାଧାରଣ ଲୋକଙ୍କ ପାଇଁ ପ୍ରଶାସନିକ ପକ୍ଷରୁ ସରକାରୀ ଅନୁମତି କ୍ରମେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଜାଇଛି କେବଳ ଆଖିଦୃଶିଆ କାମ ପାଇଁ ମାତ୍ର। କିନ୍ତୁ ଏହାର ସୁଫଳ ପାଇବାରୁ ଏହି ଲୋକେ ବଞ୍ଚିତ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ଏହି ବୈଶାଖ ଗ୍ରୀଷ୍ମ ପ୍ରବାହ ଖରା ପ୍ରକୋପ ସମୟରେ ପ୍ରଶାସନିକ ପକ୍ଷରୁ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ରହିବ ବୋଲି ସାଧାରଣରେ ଆଶା କରାଯାଉଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here