ସ୍ବେଛାସେବୀ ସଂଗଠନ ଆଶ୍ରା ଏବଂ ନାସଭି ନୂଆ ଦିଲ୍ଲୀ ଅନୁକଲ୍ୟ ରେ ଦୁଇ ଦିନ ବ୍ୟାପି ଖାଦ୍ୟ ପେୟ ଉଠା ଦୋକାନୀ ମାନକୁ ନେଇ ଦକ୍ଷତା ବିକାଶ କର୍ମଶାଳା

0
261

ବ୍ରହ୍ମପୁର: ସ୍ବେଛାସେବୀ ସଂଗଠନ ଆଶ୍ରା ଏବଂ ନାସଭି ନୂଆ ଦିଲ୍ଲୀ ଅନୁକଲ୍ୟ ରେ ଦୁଇ ଦିନ ବ୍ୟାପି ଖାଦ୍ୟ ପେୟ ଉଠା ଦୋକାନୀ ମାନକୁ ନେଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସ୍ଥାନୀୟ (ଏନ .ଜି .ଓ )ହଲ ପରିସରରେ ଉଦଘାଟନ ହୋଇ ଯାଇଛି.ରାଷ୍ଟ୍ରୀୟ ଉଠା ଦୋକାନୀ ମହାସଂଘ ନୂଆ ଦିଲ୍ଲୀ ଏବଂ ଜିଲା ସମ୍ପାଦକ ଗୌରୀ ଶଙ୍କର ଦାଶ, ସଭାପତି ନାରାୟଣ ମାହାଙ୍କୁଡ଼, ଉପଦେଷ୍ଟା ସାମ୍ବାଦିକ ଗୋପାଳ ପଟ୍ଟନାୟକ ଙ୍କ ଅଧକ୍ଷତା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନସ ରଞ୍ଜନ ପଣ୍ଡା ଙ୍କର ଦ୍ୱାରା ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ର ଉଦଘାଟନ ହୋଇଥିଲା ।ଖାଦ୍ୟ ପଦାର୍ଥ ର ପ୍ରସ୍ତୁତି, ସୁରକ୍ଷା, ସରକ୍ଷଣ, ସ୍ୱଚ୍ଛତା ଏବଂ ଉଠା ଦୋକାନୀ ମାନଙ୍କ ଅଧିକାର ଏବଂ ସମାଜ ରେ ସେମାନଙ୍କ ସ୍ଥାନ ଓ ସରକାରଙ୍କର ନୀତି ସହିତ ଉଠା ଦୋକାନୀ ମାନଙ୍କ ଅଧିକାର ବିଷୟରେ ଚର୍ଚ୍ଚା କରାଗଲା,ଏଥିରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ 100 ଉଠା ଦୋକାନୀ ଯୋଗ ଦେଇ ଥିଲେ.

ଉଠା ଦୋକାନୀ ମାନଙ୍କର ସମଜରେ ଥିବା ଯୋଗଦାନ ଉପରେ ଆଲୋକପାତ କରାଗଲା.ଖଦ୍ୟ ପ୍ରସ୍ତୁତି ବେଳେ ସାବଧାନତା ଖାଦ୍ୟ ବ୍ୟବସାୟ ଲାଗି ପଞ୍ଜିକରଣ ବ୍ୟବସ୍ତା ଏବଂ ଭାରତୀୟ ରାସ୍ତା କଡ ବ୍ୟବସାୟୀ ଅଧିନିୟମ 2014 ଉପରେ ଆଲୋକପାତ କରାଗଲା.ସ୍ମାର୍ଟ ସିଟି ଅନ୍ତଗତ ଉଠା ଦୋକାନୀ ମାନଙ୍କ ସହର ଉନ୍ନତିକାରଣ ଦିଗରେ ବିଶେଷ ଯୋଗଦାନ ରହିଛି ଦୁଃଖର କଥା ହେଲା ଯେ ସରକାର ଏହି ବ୍ୟବସାୟୀ ଙ୍କୁ ଅଣଦେଖା କରି ବିଭିନ୍ନ ପ୍ରକାର ଅସୁବିଧା କୁ ଠେଲି ଦେବା ଦୁଃଖ ର ବିଷୟ ବୋଲି ଉଠା ଦୋକାନୀ ମହାସଂଘ ସମ୍ପାଦକ ଗୌରୀ ଶଙ୍କର ଦାଶ ଦୁଃଖ ପ୍ରକାଶ କରି ଥିଲେ. ଆସନ୍ତା ଦିନରେ ଏସମସ୍ତ ଉଠା ଦୋକାନୀ ମନକୁ ଏକତ୍ର କରି ଏହି ଧାରେ ରେ ରହି ଥିବା ଟାଉନ ଭେଣ୍ଡିଙ୍ଗ କମିଟି ଗଠନ କରି ସେମାନଙ୍କ ନାର୍ଯ୍ୟ ଦାବିକୁ ସଦା ସର୍ବଦା ପ୍ରାଧାନ୍ୟ ଦିଆ ଯିବ ବୋଲି ସଭାପତି ନାରାୟଣ ମାହାଙ୍କୁଡ଼ ମତବ୍ୟକ୍ତ କରି ଥିଲେ.ସହରୀକାରଣ ଏବଂ ଅର୍ଥନୀତି ର ଏକ ପ୍ରମୁଖ ଅଙ୍ଗ ହେଉଛନ୍ତି ଉଠା ଦୋକାନୀ ଏମାନେ ସ୍ମାର୍ଟ ସିଟି ର ଏକ ପ୍ରମୁଖ ପାର୍ଶ୍ଵ ଏମାନଂକୁ ନିମ୍ମ ଦୃଷ୍ଟି ରେ ନଦେଖି ଏମାନଙ୍କ ଥଇଥାନ ଏବଂ TVC ଗଠନ କରି ଶୀଘ୍ର ଏମାନଙ୍କ ଉନ୍ନତି ଦିଗରେ କାର୍ଯ୍ୟ ନକଲେ ସ୍ମାର୍ଟ ସିଟି ସ୍ବପ୍ନ ଅଧୁରା ବୋଲି ଉପଦେଷ୍ଟା ସାମ୍ବାଦିକ ଗୋପାଳ ପଟ୍ଟନାୟକ ମତବ୍ୟକ୍ତ କରି ଥିଲେ. ପ୍ରଥମ ଦିବସ ରେ ନେଷ୍ଟଲେ କମ୍ପାନୀ ବାଣିଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ସୂରିଜିତ ମୁଖେର୍ଜି ଏବଂ ନାସଭି ର ସିଟି ମ୍ୟାନେଜେର ଅଜିତ କୁମାର ଙ୍କର ଅଧକ୍ଷତା ରେ ପ୍ରଥମ ଦିନ ର ଟ୍ରେନିଂ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପର୍ଣ କରାଗଲା

LEAVE A REPLY

Please enter your comment!
Please enter your name here