ଯୁବ ସାମ୍ବାଦିକ ଶିବରାମ ଡାକୁଆଙ୍କ ଅକାଳ ବିୟୋଗ

0
338

ପୋଲସରା : ପୋଲସରା ବ୍ଳକ ଅନ୍ତର୍ଗତ ରୁମାଗଡ଼ ଗ୍ରାମର ଯୁବ ସାମ୍ବାଦିକ ଶିବରାମ ଡାକୁଆଙ୍କ ଏପ୍ରିଲ ୧୯ ତାରିଖ ସକାଳ ସମୟରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଶିବରାମ ଜଣେ ଦକ୍ଷ ଯୁବ ସାମ୍ବାଦିକ ଭାବେ ସମାଜର ପ୍ରତ୍ୟେକ ଜନ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ରହିବା ସହ ଲୋକଙ୍କ ସେବା କରି ଆସୁଥିଲେ । ତାଙ୍କର ଅକାଳ ବିୟୋଗରେ ରୁମାଗଡ଼ ଗ୍ରାମ ସମେତ ପୋଲସରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗତ ଏପ୍ରିଲ ୧୪ ତାରିଖ ବିଳମ୍ବିତ ରାତ୍ରରେ ସୋଡକ ଗ୍ରାମରୁ ନିଜ ଗ୍ରାମ ରୁମାଗଡ଼କୁ ବାଇକ୍ ଯୋଗେ ଶିବରାମ ଫେରୁଥିଲେ । ଫେରିବା ରାସ୍ତାରେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ଲୋକଙ୍କ ସହାୟତାରେ ଘରକୁ ଫେରିଥିଲେ। ଶିବରାମଙ୍କୁ ପ୍ରଥମେ ପୋଲସରା ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଯୋଗୁଁ ଶିବରାମଙ୍କୁ ଭୁବନେଶ୍ୱର ଏକ ଘରୋଇ ମେଡ଼ିକାଲକୁ ଚିକିତ୍ସା ପାଇଁ ପୁଣି ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ସକାଳେ ଶିବରାମଙ୍କ ଦେହାନ୍ତ ହୋଇଥିଲା । ସ୍ବର୍ଗତ ସାମ୍ବାଦିକ ଶ୍ରୀ ଡାକୁଆଙ୍କ ୬ ବର୍ଷର ଏକମାତ୍ର ପୁଅ ଥିବା ଜଣାପଡିଛି । ପୋଲସରା ଅଞ୍ଚଳର ବହୁ ସାମ୍ବାଦିକ ରୁମାଗଡ଼ ଗ୍ରାମକୁ ଯାଇ ଶୋକସନ୍ତାପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଶୋକାକୂଳ ପରିବେଶରେ ମଧ୍ୟରେ ନିଜ ଗ୍ରାମ ଶ୍ମଶାନ ଭୂମୀରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here