ବେଲପଡାରେ ପି ପି ଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
380

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ୍. ଛଚିନା ପଞ୍ଚାୟତ ର ବେଲପଡା ସ୍ଥିତ ନୂତନ ଖେଳପଡିଆ ଠାରେ ପଞ୍ଚାୟତ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ କୁ ରାଧାକୃଷ୍ଣ କ୍ରିକେଟ କ୍ଲବ ବେଲପଡା ଅୟୋଜିତ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ସେଠୀ ଯୋଗଦେଇ ବିଜେତା ଟିମ୍ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମିତିସଭ୍ଯ ଶ୍ରୀ ବୁଦ୍ଧିଆ ଦାସ ଯୋଗ ଦେଇ ଉପବିଜେତା ଟିମ୍ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏଥିସହିତ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ବରାଡ, ପୂର୍ବତନ ସମିତିସଭ୍ଯ ସୁଧାକର ପରିଡା, ନାୟବ ସରପଞ୍ଚ ଟୁନା ପାତ୍ର, ଯୁବନେତା ଅକ୍ଷୟ କୁମାର ନାୟକ , କାହ୍ନୁ ଚରଣ ବେହେରା, ପଦ୍ମ ଚରଣ ଜେନା, କ୍ରୀଡା ଶିକ୍ଷକ ବୁଦ୍ଧିରାମ ଗୌଡ, ଜି ଆର୍ ଏସ୍ ଯୁଧିଷ୍ଠିର ସେଠୀ, ସନ୍ତୋଷ କୁମାର ନାୟକ, ସେବା ସମବାୟ ସମିତି ସମ୍ପାଦକ ନୀଳାଞ୍ଚଳ ନାୟକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ଆଠ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ଆଜି ଫାଇନାଲ୍ ମ୍ଯାଚ ପାୱାର ହିଟର୍ ଟିମ୍ ସହ ଭାଇଲାଣ୍ଟ ଷ୍ଟ୍ରମ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାୱାର ହିଟର୍ ଟିମ୍ ବିଜେତା ହୋଇଥିବା ବେଳେ ଭାଇଲାଣ୍ଟ ଷ୍ଟ୍ରମ୍ ଟିମ୍ ଉପବିଜେତା ହୋଇଛି । ପାୱାର ହିଟର୍ ଟିମ୍ ର ମାଲିକ ପିଣ୍ଟୁ ହୋଇଥିବା ବେଳେ ଭାଇଲାଣ୍ଟ ଷ୍ଟ୍ରମ୍ ଟିମ୍ ର ମାଲିକ ସମୀର କୁମାର ବରାଡ ଅଟନ୍ତି । ଆଜିର ମ୍ଯାଚ ୧୨ ଓଭର୍ ଖେଳ ହୋଇଥିଲା । ପପୁ ମହାନ୍ତି ଏବଂ ଯୁଧିଷ୍ଠିର ଆମ୍ପିଅର୍ କରିଥିବା ବେଳେ ଟିଟୁ ନାୟକ ଧାରା ବିବରଣୀ ଦେଇଥିଲେ ଏବଂ ସ୍କୋରର ଭାବେ ଆଲୋକ କୁମାର ଗୌଡ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରିୟବ୍ରତ ମହାନ୍ତି, ସମୀର କୁମାର ବରାଡ, ପ୍ରଣବ କୁମାର ନାୟକ, ଟିଟୁ ନାୟକ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here