ପ୍ରାତଃ ଭ୍ରମଣ ବେଳେ ଅବସରପ୍ରାପ୍ତ ଶିକ୍ଷକଙ୍କ ଦେହାନ୍ତ

0
338

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ସଂକୁନ୍ତଳା ଦେବୀ ବିଦ୍ୟାପୀଠର ଅବସରପ୍ରାପ୍ତ ସହକାରୀ ଶିକ୍ଷକ ମଦନ ମୋହନ ପୋଲାଇ ଏପ୍ରିଲ ୧୬ ତାରିଖ ଦିନ ପ୍ରାତଃ ଭ୍ରମଣ ବେଳେ ମୃତ୍ୟୁବରଣ କରିଥିବା ଜଣାପଡିଛି। ପ୍ରତିଦିନ ଭଳି ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ ପୋଲାଇ ପ୍ରାତଃ ଭ୍ରମଣରେ ଗଲାବେଳେ ଝୁଣ୍ଟି ତଳେ ପଡିଯାଇଥିଲେ। ଅଚେତ ଅବସ୍ଥାରେ ଶ୍ରୀ ପୋଲାଇଙ୍କୁ ମେଡିକାଲକୁ ନିଆଯାଇଥିଲା। ହେଲେ ତାକ୍ତର ମଦନ ମୋହନ ପୋଲାଇଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସ୍ବର୍ଗତ ଶ୍ରୀ ପୋଲାଇ ସରଳ ଓ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ସ୍ବର୍ଗତ ପୋଲାଇଙ୍କ ମରଶରୀର ନିକଟରେ ଧର୍ମପତ୍ନୀ, ଦୁଇ ଝିଅ ଓ ପୁଅ ଏବଂ ବହୁ ସମ୍ପର୍କୀୟ ଉପସ୍ଥିତ ଥିଲେ। ଶ୍ରୀ ପୋଲାଇଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here