ଓଡ଼ିଶା ଓ ଆନ୍ଧ୍ରର ଅବକାରୀ ଏବଂ ପୋଲିସର ମିଳିତ ଚଢଉ ଜାରି ।  ରନ୍ଧା ମଦ ଜବତ!

0
270

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟରେ ଓଡ଼ିଶା ଓ ଆନ୍ଧ୍ରର ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ଆନୁକୁଲ୍ୟରେ ଚଢଉ ଜାରି । ଆନ୍ଧ୍ର-ଓଡିଶା ସୀମାନ୍ତ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ସିଙ୍ଗିପୁର ଅଞ୍ଚଳରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ଅବକାରୀ ଏବଂ ପୋଲିସର ମିଳିତ ଚଢଉ ଜାରି ରହିଛି । ଏହି ଅଞ୍ଚଳରେ ବେଆଇନ ମଦ ଭାଟି ରହିଥିବା ବେଳେ ଏଠାରେ ପ୍ରସ୍ତୁତ ମଦ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବେଶ କରି ବ୍ୟବସାୟ ଚାଲୁ ରହିଥିବା ବେଳେ ଏହି ଅବସରରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ଆନୁକୁଲ୍ୟରେ ଚଢଉ ଜାରି, ରନ୍ଧା ମଦ ଓ ବ୍ୟବହୃତ ସାମଗ୍ରୀ ଜବତଫଳରେ ସାଧାରଣ ଲୋକ ଏହାକୁ ଖାଇବା ଦ୍ବାରା ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଥିବା ବେଳେ ସରକାରୀ ଲାଇସେନ୍ସ ପାଇଥିବା ବ୍ୟବସାୟୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଥିଲା । ବେଆଇନ ମଦ କୁଟୀର ଶିଳ୍ପରେ ପରିଣତ ହୋଇଥିବା ଏହି ଅଞ୍ଚଳରେ ଚଢଉ ସମୟରେ ଅନେକ ବେଆଇନ ମଦଭାଟିକୁ ଭାଙ୍ଗିବା ସହ ହଜାର ହଜାର ଲିଟର ପୋଚ ନଷ୍ଟ କରାଯାଇଛି ।ସେହିଭଳି ରନ୍ଧା ମଦ ଓ ଏଥିପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।  ଏହା ପୂର୍ବରୁ ବହୁବାର ଅଭିଯୋଗ ଆସିବା ସତ୍ବେ ଗଜପତି ଜିଲ୍ଲା ର ଅବକାରୀ ବିଭାଗ ସେମାନଙ୍କ ସହିତ ମଧୁଚନ୍ଦ୍ରିକା ରହୁଥିବା ବେଳେ ଆନ୍ଧ୍ର ଅବକାରୀ ବିଭାଗ ପକ୍ଷରୁ ଚଢାଉ ନିର୍ଦ୍ଦେଶ ହେବା କ୍ଷେତ୍ରରେ ଦୁଇଟି ରାଜ୍ୟ ମିଳିତ ଆନୁକୁଲ୍ୟରେ       ଚଢ଼ାଉରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ଶତାଧିକ ଅବକାରୀ ଏବଂ ପୋଲିସ କର୍ମଚାରୀ ସାମିଲ ହୋଇଛନ୍ତି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here