ଶକ୍ତି ମନ୍ତ୍ରୀଙ୍କ ବିଶେଷ ସୂଚନା ଏଣିକି ବିଜୁଳି କଟିଲେ ଜନତାଙ୍କୁ ମିଳିବ ଜୋରିମାନା

0
868

ନୂଆଦିଲ୍ଲୀ : ବିଦ୍ୟୁତ ବିତରଣକାରୀ ସଂସ୍ଥା ଦ୍ୱାରା ଏଥର ବିଜୁଳି ଗଲେ ଜନତାଙ୍କୁ ମିଳିବ ଜୋରିମାନା । ଯଦି ସବୁକିଛି ଠିକ୍ ଠାକ୍ ଚାଲେ ତେବେ ଆଗାମୀଦିନରେ ସପ୍ତାହକ ୭ ଦିନ ଯାଏଁ ଲୋକଙ୍କୁ ୨୪ ଘଂଟିଆ ବିଜୁଳି ସେବା ମିଳିବ । ଯଦି ଏହି ସମୟରେ ବିଦ୍ୟୁଟ୍ କାଟ ହୁଏ ତେବେ ଆପଣଙ୍କୁ ଏଥିପାଇଁ ଜୋରିମାନା ମଧ୍ୟ ମିଳିବ ।
କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହଙ୍କ କହିବା ଅନୁସାରେ, ଜନତାଙ୍କୁ ଏଣିକି ୨୪ଘଂଟିଆ ବିଜୁଳି ସେବା ଉପଲବ୍ଧ କରାଇବାର ଭଳି ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରାଯିବ । ‘ନୂଆ ଟାରିଫ୍ ପଲିସି’କୁ ମନ୍ତ୍ରୀମଣ୍ଡଳ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି ଏବଂ ଏହି ପଲିସିରେ କ୍ୟାବିନେଟ୍ ମୋହର ବାଜିବା ପରେ ଖୁବ୍ ଶୀଘ୍ର ହିଁ ଦେଶରେ ଲାଗୁ କରିଦିଆଯିବ । ବିଜୁଳୀ ଯୋଗାଣକାରୀ ସଂସ୍ଥାମାନଙ୍କୁ ପ୍ରାକୃତିକ ଦୁର୍ବିପାକ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ବ୍ୟତୀତ ଅନ୍ୟ କୌଣସି କାରଣ ପାଇଁ ଲାଇନ୍ କାଟ୍ କରିପାରିବେ ନାହିଁ ଏବଂ ଏଭଳି କରିବା ଉପରେ ବିତରଣକାରୀ ସଂସ୍ଥା ଗ୍ରାହକଙ୍କୁ ଜୋରିମାନା ମଧ୍ୟ ଦେବାକୁ ବାଧ୍ୟ ହେବେ ।

LEAVE A REPLY

Please enter your comment!
Please enter your name here