ଖଲ୍ଲିକୋଟ ବଡ଼ଘାଟିରୁ ଅଜଣା ମହିଳାଙ୍କ ମୃତ ଶରୀର ଉଦ୍ଧାର

0
316

ଖଲ୍ଲିକୋଟ: ଖଲ୍ଲିକୋଟ ନିକଟସ୍ଥ ବଡ଼ଘାଟିରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଖବର ଅନୁସାରେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖଲ୍ଲିକୋଟ ନିକଟସ୍ଥ ବଡ଼ଘାଟିର ରାସ୍ତା କଡରେ ଆଜି ସକାଳ ସମୟରେ ଜଣେ ମହିଳାଙ୍କ ମୃତ ଶରୀର ସ୍ଥାନୀୟ ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ଖଲ୍ଲିକୋଟ ପୋଲିସ ସହ ଯୋଗାଯୋଗ କରିଥିଲେ। ଖବର ପାଇ ଖଲ୍ଲିକୋଟ ପୋଲିସ ସଦଳବଳେ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା। ଖଲ୍ଲିକୋଟ ଥାନାଧିକାରୀଙ୍କ ସୂଚନା ପ୍ରକାରେ ଉକ୍ତ ମହିଳା ଜଣଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଜଣାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମହିଳା ଜଣଙ୍କ ପରିଚୟ ମିଳିନଥିବା ଖଲ୍ଲିକୋଟ ପୋଲିସ ସାଇଟ୍ ଭିକ୍ ଟିମ୍ଓ ସନ୍ଦାନିକୁକୁର ସାହାଯ୍ୟରେ ଅନୁସନ୍ଧାନ ଚଳାଇଥିବା ସୁଚ଼ନା ମିଳିଛି ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here