ଖୋଲିଲା ବିଦ୍ୟାଳୟ, ଶିକ୍ଷାର୍ଥୀଙ୍କ ମୁଁହରେ ଫୁଟିଲା ହସ

0
288

ଭଞ୍ଜନଗର : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ା ଶେଷରେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡିକ ଖୋଲିଛି ା ଯଦିଓ ଆଗରୁ ପିଲାମାନେ ବିଦ୍ୟାଳୟକୁ ଏସ୍.ଏଫ୍.ଏଲ କାର୍ଯ୍ୟକ୍ରମ ଜରିଆରେ ଆସୁଥିଲେ କିନ୍ତୁ ଆଜି ରାଜ୍ୟ ସରକାରଙ୍କ ବିଧିବଧ ନିଷ୍ପତ୍ତି ପ୍ରକାରେ କୋଭିଡ ଗାଇଡ ଲାଇନ ପାଳନ ପୂର୍ବକ ପିଲାମାନେ ବିଦ୍ୟାଳୟକୁ ଫେରିଛନ୍ତି ାଏଥି ନିମିତ୍ତ ସଭିଁଙ୍କ ମୁଁହରେ ହସ ଫୁଟିଛି ା ଏହି ପରୀପ୍ରେକ୍ଷିରେ ଭଞ୍ଜନଗର ବ୍ଳକର ବିଦ୍ୟାଳୟ ଗୁଡିକ ତରଫରୁ ପିଲାମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ଜଣା ପଡିଛି ା ପିଲାମାନଙ୍କୁ ଚନ୍ଦନ ଓ ଫୁଲ ସହ ସ୍ବାଗତ କରାଯାଇଥିବା ବେଳେ ବିଦ୍ୟାଳୟ ଫାଟକ ତଥା ଶ୍ରେଣୀ ଗୃହ ଗୁଡିକୁ ବେଲୁନ ପ୍ରଭୃତି ଦ୍ବାରା ସଜାଯାଇଥିବା ସହ ସରକାରୀ ଗାଇଡ ଲାଇନ ପ୍ରକାରେ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଲୋକାଲ ଗେମ, ମଜା କଥା, ଇନୋଭେଟିଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଜଣାପଡିଛି ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here