ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

0
327

ବାଲିଗୁଡ଼ା,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲାର ସର୍ଵପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ” ପାହାଡ଼ି ତରଙ୍ଗ “ତରଫରୁ ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତର କୋକିଳ ମହିୟସୀ ଲତା ମଙ୍ଗେସକର ଇହଲୀଳା ସମ୍ବରଣ କଲେ l ସମସ୍ତ ଅନୁଷ୍ଠାନ ସ୍ତମ୍ଭୀଭୁତ ହୋଇଗଲା l ଏକ ଶୋକାକୁଳ ପରିବେଷରେ ଦ୍ୱିତୀୟ ସରସ୍ବତୀ ଲତାଜୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରି ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କର କେତେକ ହୃଦୟସ୍ପର୍ଶି ସଂଗୀତ ପରିବେଷଣ କରାଯାଇଥିଲା l ଏଥିରେ କନ୍ଧମାଳର ବରିଷ୍ଠ ସାହିତ୍ୟକ ମିହିର ପାଢ଼ୀ, ଗାୟକ ଗୋପାଳ କୃଷ୍ଣ ନାୟକ, ଶ୍ରିଲେଖା ଶୁଭଲତା ଗୁରୁମା, ନୃତ୍ୟ ପ୍ରଶିକ୍ଷକ ଦେବାଶିଷ, କେଦାରନାଥ ନାୟକ ତଥା ସରୋଜ କୁମାର ନାୟକ ଏବଂ ଅନୁଷ୍ଠାନର ଅନ୍ୟ ସଦସ୍ୟ ଓ କଳାକାର ମାନେ ଉପସ୍ଥିତ ରହି ଏକ ଅଶ୍ରୁଳ ସ୍ଥିତିରେ ଲତାଜୀଙ୍କ ସ୍ମୃତିଚାରଣ କରିଥିଲେ l ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ତରଫରୁ ଆନୁଷ୍ଠାନିକ ଭାବେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ସ୍ଥିର କରାଯାଇଥିଲା l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here