ମିଡିଆ ଏକାଦଶ ୬ ଵିକେଟରେ ବିଜୟୀ

0
310

ବ୍ରହ୍ମପୁର: ସ୍ଥାନୀୟ ଏମକେସିଜି ମେଡିକାଲ ଖେଳ ପଡ଼ିଆରେ ଚାଲିଥିବା ଏକାଡେମୀ କପ୍‌-2022 ଟି-20′ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଆଜି ୟୁନିଅନ କ୍ଲବ ଓ ମିଡିଆ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଛି। ୟୁନିଅନ କ୍ଲବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧ।ରିତ 12 ଓଭରରେ ଦଳ 5 ଵିକେଟ ହରାଇ 95 ରନ୍‌ କରିଥିଲା। ଦଳ ପକ୍ଷରୁ ଅରୁଣ 28 ରନ୍‌ ଓ ମିହିର 16 ରନ୍‌ କରିଥିଲେ। ମିଡିଆ ଏକାଦଶର ସୀତାରାମ 2ଟି ଵିକେଟ ନେଇଥିବା ବେଳେ ବାବୁଲା, ସାଗର, ରବି ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ଜବାବରେ ମିଡିଆ ଏକାଦଶ ବ୍ୟାଟିଂ କରି 11.1 ଓଭରରେ 4ଟି ଵିକେଟ ହରାଇ 97 ରନ୍‌୍‌ କରି ବିଜୟୀ ହୋଇଥିଲା। ଦଳପକ୍ଷରୁ ଗୋପାଳ ଓ ସାଗର 20 ରନ୍‌ ଲେଖାଏଁ କରିଥିବା ବେଳେ ସୀତାରାମ 27 ରନ୍‌ କରିଥିଲେ। ବିପକ୍ଷ ଦଳର ବାଚୁ, ପବି ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ମ୍ୟାନ୍‌ ଅଫ୍‌ ଦ ମ୍ୟାଚ ଭାବେ ସୀତାରାମଙ୍କୁ ପୁରସ୍କୃତ କରାଯାଇଥିଲା। ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ, ବିଏମସି କମିଶନର ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦର ଉପସ୍ଥିତ ରହି ମିଡିଆ ଏକାଦଶକୁ ବିଜେତା ଟ୍ରଫି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here