ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ, ଶ୍ମଶାନ ରୁ ହାଡ଼ ପାଉଁଶ ଜବତ କଲା ପୋଲିସ

0
270

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ଜଣେ ଯୁବତୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ତରବରିଆ ଭାବେ ଶବ ସତ୍କାର କରିଦେଇଥିଲେ । ଆଜି ପୂର୍ବାହ୍ନରେ ଖବର ପାଇ ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶ୍ମଶାନ ରୁ ହାଡ ଓ ପାଉଁଶ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ ବିକ୍ରମପୁର ପାଟଣା ସାହି ର ସୁରେନ୍ଦ୍ର ବାରିକ ଙ୍କ ଝିଅ ସାଗରିକା ବାରିକଙ୍କ ଗତକାଲି ରାତିରେ ନିଜ ଘରେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକେ ଅତ୍ୟନ୍ତ ତରବରିଆ ଭାବେ ଗାଁ ବାହାରେ ଥିବା ନିଜ ଵିଲ ମଧ୍ୟରେ ଶବ ସତ୍କାର କରିଦେଇଥିଲେ । ତେବେ ଏ ନେଇ ପୋଲିସ ନିକଟରେ ଖବର ପହଞ୍ଚିବା ପରେ ଖଲ୍ଲିକୋଟ ଥାନା କେସ ନମ୍ବର ୨/୨୦୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।ଖଲ୍ଲିକୋଟ ଥାନା ଏସ ଆଇ ଅମ୍ବିକା ବେଣିଆ ଓ ଦେବାଶିଷ ମିଶ୍ର ମୃତ ସାଗରିକା ଙ୍କ ଘରେ ପହଞ୍ଚି ପରିବାର ଲୋକ ଙ୍କୁ ପଚରାଉଚରା କରିଥିଲେ । କୌଣସି କାରଣ କୁ ନେଇ ସାଗରିକା ମୁଗ ରେ ପକାଯାଉଥିବା ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ପୋଲିସ କୁ କହିଥିଲେ । ପୋଲିସ ଘର ଭିତରୁ ଉକ୍ତ ବିଷ ବୋତଲ କୁ ଜବତ କରିଥିଲା । ଏହାପରେ ବିଲ ମଧ୍ୟରୁ ଶବ ସତ୍କାର କରାଯାଇଥିବା ସ୍ଥାନ ରୁ ହାଡ଼ ଓ ପାଉଁଶ ଜବତ କରି ଫେରିଥିଲେ । ମୃତ ସାଗରିକା ଜଣେ ଉଚ୍ଚ ଶିକ୍ଷିତା ହୋଇ ଥିବାରୁ ତାଙ୍କ ମୃତ୍ୟୁ କୁ ସନ୍ଦେହ ଚକ୍ଷୁ ରେ ଦେଖୁଛି ପୋଲିସ । ଆସନ୍ତାକାଲି ତାଙ୍କର ହାଡ଼ ଓ ପାଉଁଶ କୁ ଏଫଏମଟି ବିଭାଗ କୁ ପଠାଯିବ । ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here