ବ୍ରହ୍ମପୁର ମ୍ୟୁନିସିପାଲିଟି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ତଥା ଉତମ ଶିକ୍ଷାବିତ୍ ଦେବରାଜ ସାହୁଙ୍କ ପରଲୋକ

0
331

ବ୍ରହ୍ମପୁର: ବ୍ରହ୍ମପୁର ମୁନିସିପାଲ୍ଟି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ତଥା ଉତମ ଶିକ୍ଷାବିତ୍ ଦେବରାଜ ସାହୁଙ୍କ ବୁଧବାର ପରଲୋକ ଘଟିଛି । ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବଡ଼ ଡାକ୍ତରଖାନା ନିଆଯାଉଥିବାବେଳେ ବାଟରେ ତାଙ୍କର ହୃଦ୍ଘାତ ଯୋଗୁଁ ପରଲୋକ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା । ସେ ଜଣେ ଉତମ ଶିକ୍ଷାବିତ୍, ଛାତ୍ର ବତ୍ସଳ ଓ ବନ୍ଧୁବତ୍ସଳଭାବେ ପରିଚିତ ଥିଲେ । ସେହିପରି ସେ ବହୁ ପୁସ୍ତକ ରଚନା କରିବା ସହ ବିଭିନ୍ନ ଅନୁÂାନ ତରଫରୁ ସମ୍ବର୍ନ୍ଧିତ ହୋଇଥିଲେ । ସାହିତ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଠାରୁ ସମ୍ବର୍ନ୍ଧିତ ହୋଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ନ୍ୟୁ ମିଲେନିୟମ୍ ନେଟ୍ୱର୍କର ମୁଖ୍ୟ ପରିଚାଳକ ଆତ୍ମାରାମ୍ ସାହୁଙ୍କ ସମେତ ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତଃ ସାହୁଙ୍କ ବିୟୋଗରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ବହୁ ଶିକ୍ଷକ ଓ ରାଜନୈତକ ବ୍ୟକ୍ତିଙ୍କ ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି । ସେହିପରି ୟୁଟିଭି ଓ ଅନ୍ ଟିଭି ତରଫରୁ ମଧ୍ୟ ସ୍ୱର୍ଗତଃ ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here