ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜଗନ୍ନାଥପ୍ରସାଦରେ କ୍ରୀଡ଼ା ମହୋତ୍ସବ

0
491

ଭଞ୍ଜନଗର : ,ନେହୁରୁ ଯୁବ କେନ୍ଦ୍ର,ପଙ୍କାଳ ସାହି ଦିଗବିଜୟୀ ଯୁବ ସଂଘ ଏବଂ ବାଙ୍କମୁହିଁ ଯୁବ ସଂଘ ମିଳିତ ସହଯୋଗରେ ଜଗନ୍ନାଥପ୍ରସାଦ ମିନି ଷ୍ଟାଡିଅମ ପରିସରରେ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପ୍ରସାଦ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ସନାତନ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଇତିହାସ ବିଭାଗ ଅଧ୍ୟାପକ ପ୍ରମୋଦ କୁମାର ଚୌଧୁରୀ ଯୋଗ ଦେଇଥିଲେ I କ୍ରୀଡ଼ା ଶିକ୍ଷକ ପଦ୍ମଲାଭ ପ୍ରଧାନଙ୍କ ସମେତ ସ୍ଵେଚ୍ଛାସେବୀ ସତ୍ୟ ନାରାୟଣ ନାୟକ, କାଳିଆ ପ୍ରଧାନ, ନୀଳାଞ୍ଚଳ ପ୍ରଧାନ, ଯଶୋଦା ପ୍ରଧାନ,ସଞ୍ଜୟ କୁମାର ଜେନା,ସାଜନ ଜେନା, ସନାତନ ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ I ଏହି ଅବସରରେ ଲମ୍ବ ଡ଼ିଆଁ , ଭଲିବଲ, ଦୌଡ଼, ଡିସ୍କସଥ୍ରୋ ଭଳି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା I ମହୋତ୍ସବରେ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରି କୃତିତ୍ୱ ପ୍ରଦର୍ଶନ କରିଥିବା ଯୁବ ପିଢ଼ିଙ୍କୁ ପୁରସ୍କାର ବିତରଣ କରାଯାଇଥିଲା I ଭଲିବଲ ବିଭାଗରେ ବିଜେତା ଭାବେ ଜିରାବାଡ଼ି ଗ୍ରୁପ ଏବଂ ଉପବିଜେତା ଭାବେ ପ୍ରଥମ ଭାବସର ଗ୍ରୁପକୁ ପୁରସ୍କୃତ କରାଯାଇଥିଲା I ଏହି ଅବସରରେ ଯୁବ ପିଢ଼ିଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନ ଆଣିବାରେ ନେହେରୁ ଯୁବ କେନ୍ଦ୍ର ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଯୁବ କେନ୍ଦ୍ର ସଂଯୋଜିକା ଦୀପ୍ତିମୟୀ ବେହେରା ପ୍ରେରଣା ଦେବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here