ବିଶିଷ୍ଟ କବି ତଥା ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ମହାନ୍ତି ପରଲୋକ

0
483

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଶିଷ୍ଟ କବି ତଥା ନଗରମପଲ୍ଲୀ ସାହି ବାସିନ୍ଦା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ ବିୟୋଗରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ର ପୂରାତନ ଛାତ୍ର ସଂସଦ ପକ୍ଷରୁ ଶୋକ ପ୍ରକାଶ କରିଥିଲେ।ଏହା ସହିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ର ୧୯୮୩ମସିହାର ୧୦ମ ଶ୍ରେଣୀ ବେଚ ପକ୍ଷରୁ ଏହି ଦୁଃଖଦ ଖବର ପ୍ରସାରିତ ହେବାପରେ ଶୋକ ଜଣଣାଇବା ସହିତ ସହରର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ବର୍ଗିୟ ସତ୍ୟନାରାୟଣ ମହାନ୍ତି ଙ୍କ ମୃତ୍ୟୁ ବେଳକୁ ୮୩ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପାଇ ୮୯ ଶ୍ରେଣି ବେଚର, ବସନ୍ତ ପଣ୍ଡା,ଦେବରାଜ ପଟ୍ଟନାୟକ, ରାମନାଥ ସାହୁ, ଗୋପାଳ ପଟ୍ଟନାୟକ, ହରିହର ଦାସ, ସତ୍ୟନାରାୟଣ ମହାରଣା, ଶଶାଙ୍କ ଶାବତ, ପ୍ରଭୁ ପାଣିଗ୍ରାହୀ କିରଣ ମିଶ୍ର, କିଶୋର ମିଶ୍ର,ରଜତ ପାଣିଗ୍ରାହୀ ଶୁରେସ ପଟ୍ଟନାୟକ,ଶିବ ପଣ୍ଡା, ବାଳକୃଷ୍ଣ ଦାସ, ମନୋଜ ପଟ୍ଟନାୟକ, ଗିରିଧର ଶ୍ବାର ରଘୁନାଥ ପାତ୍ର ପ୍ରଭାତ ପରିଛା ପ୍ରମୁଖ ଶୋକ ପ୍ରକାଶ କରିଥିଲେ ସ୍ୱର୍ଗତ ମହାନ୍ତି ତାଙ୍କର ଜୀବନ କାଳରେ କବିଙ୍କର ତିନୋଟି ଭାଷାର ସୃଜନ କିବତା ଗୁଡିକର ଆଲୋଚନା କରିଥଲେ । ତାଙ୍କ ଜୀବନ କାଳରେ ପ୍ରାୟ ହଜାର ହଜାର କବିତାଲେଖାର ସ୍ମୃତିଚାରଣରେ ମୁଖ୍ୟ ପ୍ରସଙ୍ଗ ଥିଲା । ସ୍ୱର୍ଗତ କବି ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ସହପାଠୀ ସାଙ୍ଗ ସହିତ ତାଙ୍କ ପାଖରେ ପଡିଥିବା ପୂରାତନ ଛାତ୍ର ମାନେ ଆଲୋଚନା କରିଥିଲେ । ଅମର ଆତ୍ମା ର ସତ୍ ଗତି ନିମନ୍ତେ କାମନା କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here