
ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଲକ ଅଧିନ ମଙ୍ଗଳପୁର ପଂଚାୟତର ବିଜୁ ଛାତ୍ର ଜନତାଦଳ ସଭାପତି କାନୁଚରଣ ସେଠୀ ଗତ ଆକ୍ଟବେର 6 ତାରିଖରେ ବାଇକ ଦୃଘଟଣାରେ ଆହତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଗତ 24 ତାରିଖରେ ଦିନ ମୃତ୍ୟୁ ଘଟିଥିଲା ସେହିଦିନ ମରଶରୀର କୁ ନିଜ ଜନ୍ମ ମାଟି କୁ ଅଣାଯାଇ ଶୋକକୁଳ ପରିବେଶରେ ସବ ସତ୍କାର କରାଯାଇଥିଲା।ଆଜି ସ୍ବର୍ଗତ କାନୁଚରଣ ଙ୍କ ଏକାଦାସହ ରେ ଜିଲିବା ସ୍ଥିତ ବାସଭବନ ସମ୍ମୁଖରେ ଏକ ଶୋକସଭା କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ,ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ,ଡିଜିଟାଲ ସେକ୍ରେଟାରୀ ବିଭୂପାଦ ଜେନା,ବ୍ଲକ ଛାତ୍ର ସଭାପତି ଜୋତିରଞ୍ଜନ ନାୟକ , ପଂଚାୟତର ଡିଜିଟାଲ ସେକ୍ରେଟାରୀ ମାଧବ ଚନ୍ଦ୍ର ଆପଟ,ହୃଷୀକେସ ବିଷୋୟୀ ପୃର୍ବତନ ସରପଞ୍ଚ ବଳରାମ ଖଟେଇ ,ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ବିଷୋୟୀ, ରାଜକୁମାର ବିଷୋୟୀ, ଓ ଅଂଚଳର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ କାନୁଚରଣ ଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଥିଲେ ।ବିଧାୟକ ମୃତଙ୍କ ପରିବାର ଙ୍କୁ ଧଯ୍ୟ ଓ ସାହାସ ଭଗବାନ ଦିଅନ୍ତୁ ବୋଲି କହିବା ସହ ତାଙ୍କ ପରିବାର କୁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । ରିପୋର୍ଟ-ଶିବରାମ ଚୌଧୁରୀ