ମୋଦିଙ୍କ ଚାହା ଦୋକାନ ହେବ ପର୍ଯ୍ୟଟନ ସ୍ଥଳ

0
871

ଅହମଦାବାଦ : ଗୁଜରାଟର ଭଦନଗରର ଯେଉଁ ସ୍ଥାନରେ ମୋଦି ପିଲାବେଳେ ଚାହା ଦୋକାନ କରି ଚା’ ବିକ୍ରି କରୁଥିଲେ, ଉକ୍ତ ସ୍ଥାନକୁ ଏକ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି । ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଭଦନଗର ଯାଇ ରେଳ ଷ୍ଟେସନ ନିକଟର ମୋଦିଙ୍କ ଚାହା ଦୋକାନ ବୁଲି ଦେଖିଛନ୍ତି । ତାଙ୍କ କହିବା ଅନୁଯାୟୀ ଉକ୍ତ ସ୍ଥାନକୁ ଏକ ଅତ୍ୟାଧୁନିକ ପର୍ଯ୍ୟଟନ ସ୍ଥାନ ଭାବେ ନିର୍ମାଣ କରିବାକୁ ଏକ ଯୋଜନା କରାଯାଉଛି । ଏହାକୁ ମରାମତି କରାଯିବ ନାହିଁ ,କିନ୍ତୁ ଏହାର ଚାରିପାଖରେ କାଚର ଘେରା କରାଯିବ । ଲୋକମାନେ କାଚ ବାହାରରୁ ହିଁ ଏହି ଚାହା ଦୋକାନକୁ ଦେଖିପାରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପିଲାଦିନୁ ଅଭାବ ଅନାଟନରେ ଚଳିଥିବାରୁ ମୋଦି ତାଙ୍କ ବାପାଙ୍କ ସହ ଏହି ଭଦନଗର ରେଳ ଷ୍ଟେସନ ନିକଟରେ ଚାହା ଦୋକାନ କରି ପରିବାର ଚଳାଉଥିଲେ।

LEAVE A REPLY

Please enter your comment!
Please enter your name here