ଭାରତୀୟ ବାୟୁସେନାର ଅନ୍ତର୍ଭୁକ୍ତ ହେଲା ୮ଟି ଅତ୍ୟାଧୁନିକ ଆକ୍ରମଣକାରୀ ହେଲିକପ୍ଟର ‘ଆପାଚ’

0
799

ନୂଆଦିଲ୍ଲୀ : ଆଜି ଭାରତୀୟ ବାୟୁସେନାରେ ଆମେରିକା ନିର୍ମିତ ୮ଟି ଆକ୍ରମଣକାରୀ ‘ଆପାଚ’ ହେଲିକପ୍ଟର ଅନ୍ତର୍ଭୁକ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ବାୟୁସେନା ମୁଖ୍ୟ ବି.ଏସ ଧନୋଆ ଏବଂ ପଠାନକୋଟ୍ ଏୟାରବେସରେ ବାୟୁସେନା ପ୍ରମୁଖଙ୍କ ଉପସ୍ଥିତିରେ ଆପାଚ୍ ଏଚ୍-୬୪ଇ ହେଲିକପ୍ଟର ସାମିଲ୍ ହୋଇଛି। ଏହା ବିଶ୍ୱର ସବୁଠୁ ଅତ୍ୟାଧୁନିକ ଆକ୍ରମଣକାରୀ ହେଲିକପ୍ଟର ଓ ଏହା ଆମେରିକା ସେନା ବ୍ୟବହାର କରିଥାଏ । ୨୦୧୫ରେ ୨୨ଟି ଆପାଚ ହେଲିକ୍ୟାପ୍ଟର ପାଇଁ ଆମେରିକା ସରକାର ଓ ବୋଇଂ ଲିମିଟେଡ୍ ସହ ଭାରତ ଚୁକ୍ତି କରିଥିଲା । ପ୍ରଥମ ପର୍ଯ୍ୟାୟରେ ୪ଟି ହେଲିକ୍ୟାପ୍ଟର ଭାରତକୁ ହସ୍ତାନ୍ତର ହୋଇଥିବା ବେଳେ ଆଜି ଆଉ ୮ଟି ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ପରିବର୍ଦ୍ଧିତ ହୋଇଛି ।

LEAVE A REPLY

Please enter your comment!
Please enter your name here