ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେଲା ଭୋଟର ପରିଚୟ ପତ୍ର ଯାଞ୍ଚ୍ ପ୍ରକ୍ରିୟା

0
856

ନୂଆଦିଲ୍ଲୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନିର୍ବାଚନ କମିଶନ୍ ଚଳିତ ମାସ ପହିଲାରୁ ଏକ ବିଶେଷ ଅଭିଯାନ ସାରା ଦେଶରେ ଆରମ୍ଭ କରିବାକୁ ଯାଉଛନ୍ତି ଯାହାଦ୍ୱାରା ଲୋକଙ୍କ ଭୋଟର ଆଇଡିର ଯାଞ୍ଚ ହେବ । ଲୋକଙ୍କ ଭୋଟର ଆଇଡିର ଯାଞ୍ଚ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଭୋଟର ଆଇଡିକୁ ଜନ ଭାଗିଦାର ଜରିଆରେ ଅପଡେଟ୍ କରାଯିବ । ଏଥିରେ ପ୍ରତିଟି ପରିବାରର ଜଣେ ଭୋଟରଙ୍କୁ ୟୁଜର୍ ନେମ୍ ଏବଂ ପାସୱାର୍ଡ ମିଳିବ । ଯେଉଁଥିରେ ସେ ନିଜର ଭୋଟର ରେଜିଷ୍ଟ୍ରେସନ୍ ସହ ଜଡିତ ଥିବା ଦସ୍ତାବିଜର ଅପଡେଟ୍ କରିବେ ଏବଂ ନିଜ ପରିବାରର ଲୋକଙ୍କର ସମସ୍ତ ତଥ୍ୟ ବିଷୟରେ ଅନ୍ଲାଇନ୍ ମାଧ୍ୟମରେ ଦେଇପାରିବେ । ଏହି ପ୍ରକ୍ରିୟା ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସତ ଅଞ୍ଚଳରେ ହେବ । ସାରା ଦେଶରେ ଏହାକୁ ରାଜ୍ୟ ସ୍ତରୀୟ ୩୬ ଜଣ ଅଧିକାରୀ ଓ ଜିଲ୍ଲା ସ୍ତରରେ ୭୪୦ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପାଖାପାଖି ୧୦ ଲକ୍ଷ ନିର୍ବାଚନ କେନ୍ଦ୍ରରେ ନାଁ ପଞ୍ଜୀକରଣ କରିବେ । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି ଓ ସେ ସମସ୍ତ ନାଗରିକଙ୍କୁ ଆହ୍ୱାନ ଦେଇ ଏହି ଯାଞ୍ଚ ପ୍ରକିୟାରେ ସାମିଲ ହୋଇ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବାକୁ କହିଛନ୍ତି।
ଏହି ଯାଞ୍ଚ ଦୁଇଟି ପର୍ଯ୍ୟାୟରେ ହେବ ।
୧ . ଆପଣଙ୍କୁ କରିବାକୁ ପଡିବ ଏହି କାମ : ଭୋଟର ତାଲିକା ଯାଞ୍ଚ ପାଇଁ ଆପଣଙ୍କୁ ପ୍ରଥମେ nvsp.inରେ ମୋବାଇଲ୍ ନମ୍ବର , ମତଦାତା କାର୍ଡ ନମ୍ବର ଏବଂ ଇମେଲ୍ ସହ ରେଜିଷ୍ଟର କରିବାକୁ ହେବ । ଆପଣ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ୍ ଆପ୍ ମଧ୍ୟ ଏହା ଡାଉନଲୋଡ୍ କରିପାରିବେ ।
୨ . ବିଏଲଓ କରିବେ ଜାଞ୍ଚ : ଭୋଟର୍ ନିଜ ଡାଟା ଭେରିଫାଇ କରିବା ପରେ ବିଏଲଓ ସ୍ପାର୍ଟଫୋନ୍ ସହାୟତାରେ ଘର ଘର ଯାଇ ଏହାକୁ ଭେରିଫାଇ କରିବେ । ଭୋଟରଙ୍କୁ ନିଜ ଆଇଡି ଏବଂ ଅନ୍ୟ ଡକ୍ୟୁମେଣ୍ଟ୍ ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here