ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ଜିତିଲା ବ୍ରୋଞ୍ଜ

0
293

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତ। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକରେ ପଦକ ପାଇଛି ଟିମ୍ ଇଣ୍ଡିଆ। ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତୀୟ ହକି ଦଳ ପଦକ ବିଜୟୀ ହୋଇଛି। ଏହି ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିନଥିଲା। ଲଗାତର ଭାବେ ଗୋଲ କରି ପ୍ରତ୍ୟାବର୍ତ୍ତନ କରିଥିଲା। ଏହାପରେ କିନ୍ତୁ ଜର୍ମାନୀ ଆଉ ୨ଟି ଗୋଲ୍ କରି ଭାରତ ଉପରେ ଚାପ ପକାଇଥିଲା। କିନ୍ତୁ ଭାରତ ୨ ମିନିଟରେ ୫-୩ରେ ଆଗୁଆ ରହିଥିଲା।ଜର୍ମାନୀ ତରଫରୁ ପ୍ରଥମ ମିନିଟରେ ଟିମୁର ଓରଜୁ ଗୋଲ୍ କରିଥିଲେ। ଫଳରେ ଦଳ ୧-୦ରେ ଭାରତ ଉପରେ ଭାରି ପଡିଥିଲା। ଏହାପରେ ଭାରତ ଭଲ କାଉଣ୍ଟର କରିଥିଲା। ହେଲେ ପେନାଲ୍ଟି କର୍ଣ୍ଣର ପାଇ ସୁଦ୍ଧା ରୁପିନ୍ଦର ପାଲ ସିଂ ଗୋଲ୍ କରିବାରେ ବିଫଳ ହୋଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ହେବା ଠିକ୍ ପୂର୍ବରୁ ଜର୍ମାନୀ ଉପରେ ଭାରତ ଭାରି ପଡିଥିଲା। ତେବେ ଶେଷ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ୪-୫କୁ ଆଣିଥିଲା। ଏହାପରେ ବି ଦଳକୁ ପେନାଲ୍ଟି ମିଳିଥିବା ବେଳେ ଫାଇଦା ଉଠାଇପାରିନଥିଲା।

LEAVE A REPLY

Please enter your comment!
Please enter your name here