ଅବକାରୀ ଚଡାଉ ରେ ବିପୁଳ ପରିମାଣରେ ମଦ ଓ ପୋଚ ଜବତ ସହ ଜଣେ ଗିରଫ

0
375

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳ ଙ୍କ ନେତୃତ୍ୱରେ ଆଜି ପୁଣି କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ଚଡାଉ କରାଯାଇ ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯାଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ଥାନା ଅନ୍ତର୍ଗତ ଘୋଡାଧନୁଆ , ଶିରାଗୁଡା , ଉମରଗାଁ , ହରଦୁଳି , ପୂଜାରୀଗୁଡା , କୋଣ୍ଡାପଦର , ବଡ଼ଆମ୍ବଡା ଗ୍ରାମ ଉପରେ ଅଚାନକ ଚଡାଉ କରାଯାଇ ପ୍ରାୟ ୭୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୧୨ ଶହ ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି । ଏଥିରେ ସମ୍ପୃକ୍ତ ଉମରଗାଁ ଗ୍ରାମର ଲାମୀ ରାଉତ ଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରି ଗିରଫ କରିବା ସହ ଆଜି ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , ଅବକାରୀ ସହଉପନିରୀକ୍ଷକ ରାଜେନ୍ଦ୍ର ପଟନାୟକ , ଜଗବନ୍ଧୁ ଯାନୀ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଦେବେନ୍ଦ୍ର ସମରଥ , ରୀନା ବଡନାୟକ , ରଞ୍ଜିତ ସିଂ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here