ପରଲୋକରେ ମଧୁସ୍ମିତା

0
748

ବ୍ରହ୍ମପୁର (ନ୍ୟୁଜ ଏକ୍ସଟ୍ରା)ଆଦର୍ଶ ଶିକ୍ଷୟିତ୍ରୀ, ଛାତ୍ର ବତ୍ସଳା ଜନନୀ, ସମାଜ ସେବୀ, ସୁଗୃହିଣୀ ବରିଷ୍ଠ କବି, କରୁଣାକର ମଲିକ ଙ୍କ ଧର୍ମପତ୍ନୀ ମଧୁସ୍ମିତା ମଲିକଙ୍କ ଗତ ୧୫ ତାରିଖରେ ଅକାଳ ବିୟୋଗରେ ସମଗ୍ର ଶିକ୍ଷକ ସମାଜରେ ଏକ ଶୋକରେଳ ଛାୟା ଖେଳିଯାଇଛି। ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାରୁ ସ୍ବାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉପାନ୍ତ ମାଲକାନଗିରି ଜିଲ୍ଲାର ତାର୍ଲାକୋଟା ଭଳି ଆଦିବାସୀ ଗ୍ରାମରେ ରହି ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୦୬ ମସିହାରୁ ପ୍ରଥମେ ଶିକ୍ଷାସହାୟିକା ଓ ପରବର୍ତ୍ତୀ ୨୦୧୭ ମସିହାରୁ ନିୟମିତ ସହକାରୀ ଶିକ୍ଷୟିତ୍ରୀ ଭାବେ ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ।ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ସୁଗୃହିଣୀ, ପତିବ୍ରତା ନାରୀ ଓ ଛାତ୍ର ବତ୍ସଳା ମାଆ ଥିଲେ। ଯାହାଙ୍କ ଉଦ୍ଦେଶ୍ୟରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଭୁବନେଶ୍ୱର, ବ୍ୟାସକବି ଫକୀରମୋହନ ସାହିତ୍ୟ ସଂସଦ, ବାଲେଶ୍ଵର,ତାର୍ଲାକୋଟା ପଞ୍ଚାୟତ ଶିକ୍ଷକ ସମୂହ ଶୋକସଭା ଆୟୋଜନ କରି ସାରିଛନ୍ତି।ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ତାଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଯେଉଁ କାର୍ଯ୍ୟ କ୍ରମଗୁଡିକରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫେସର ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ସ୍ତମ୍ଭକାର ରବି ଦାସ, ଚକ୍ରଧର ତ୍ରିପାଠୀ, ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାତା ବଳରାମ ତରାଇ, ଡଃ ରଜନୀ ରଞ୍ଜନ ଦାଶ, ସମ୍ପାଦିକା ସରସ୍ବତୀ ନାୟକ ପ୍ରମୁଖ ଶତାଧିକ ଶୁଭାକାଙ୍କ୍ଷୀ ଯୋଗ ଦେଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ତାଙ୍କ ନିଜ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ନରଣପୁର ରେ ଏକାଦଶ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ” ସ୍ମୃତିରେ ମଧୁସ୍ମିତା ” ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଯାଇଛି। ଅନୁଷ୍ଠାନ ତରଫରୁ ଏକ ସ୍ମୃତି ସଭା ଆୟୋଜନ କରାଯାଇ ତାଙ୍କ ସ୍ମୃତି ଚାରଣ କରିବା ସହ ପରିବାର , ଜ୍ଞାତି କୁଟୁମ୍ବ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ସ୍ମୃତି ଚାରଣ ସଭାରେ ପ୍ରତିଷ୍ଠାନର ସଭାପତି ଚକ୍ରଧର ତ୍ରିପାଠୀ, ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାତା ବଳରାମ ତରାଇ, ସମ୍ପାଦିକା ସରସ୍ବତୀ ନାୟକ, ଉପଦେଷ୍ଟା ନୀରୋଦ ଚନ୍ଦ୍ର ଜେନା, ପ୍ରମୋଦ କୁମାର ତ୍ରିପାଠୀ , ସନ୍ତୋଷ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here