ବିଡିଓଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବ୍ଳକ୍ ରେ ଶୃଙ୍ଖଳିତ ଭାବେ ଚାଲିଛି ଟୀକାକରଣ କାର୍ଯ୍ୟ

0
236

ବେଲଗୁଣ୍ଠା: ବିଭିନ୍ନ ସ୍ଥାନରେ ଟିକା କରଣକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃ୍ଷ୍ଟି ହେବା ସହିତ ଅପ୍ରୀତିକର ପରିସ୍ଥିତି ମଧ୍ଯ ସୃଷ୍ଟି ହୋଇଛି I କିନ୍ତୁ ବେଲଗୁଣ୍ଠା ବ୍ଲକ୍ ର ଚାରି ଟୀକାକରଣ କେନ୍ଦ୍ରରେ ଏହା ସ୍ଵତନ୍ତ୍ର ଢଂଗରେ ପରିଚାଳିତ ହେଉଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବ୍ଳକ୍ ରେ ଟୀକାକରଣ କାର୍ଯ୍ୟ ଖୁବ୍ ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ଚାଲିଛି I ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର୍ ବାଲୁଙ୍କେଶ୍ୱର ଷଡଙ୍ଗୀଙ୍କ ନେତୃତ୍ୱରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କଲ୍ୟାଣ ମଣ୍ଡପ, ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରଫୁଲ୍ଲ କୁମାରୀ ମହାବିଦ୍ୟାଳୟ ପରିସରରେ ଟୀକାକରଣ ସୁରୁଖୁରୁରେ ଚାଲିଛି I ମେଡିକାଲ୍ ପରିସରରେ ଭିଡ଼କୁ ନିୟନ୍ତ୍ରଣକରିବା ପାଇଁ ଉଭୟ ମେଡିକାଲ୍ ରେ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଥିବା ବେଳେ ବେଲଗୁଣ୍ଠା କଲ୍ୟାଣ ମଣ୍ଡପ ଏବଂ ଗୋବରା ପିକେ ମହିଳା ମହାବିଦ୍ୟାଳୟରେ ପ୍ରଥମ ଡୋଜ୍ ଟିକା ଦିଆଯାଉଛି I ପ୍ରତିଦିନ ଟିକା ସମ୍ପର୍କରେ ସଠିକ୍ ସୂଚନା ଦିଆଯିବା ସହିତ ଚିରକୁଟ୍ ମାଧ୍ୟମରେ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି I ବିଡ଼ିଓ ସହାୟତାରେ ଟୀକାକରଣ କେନ୍ଦ୍ର ମାନଙ୍କରେ ଲୋକଙ୍କ ବସିବା ପାଇଁ ଚେୟାର୍,ଟେଣ୍ଟ୍ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି I ଡା ସରୋଜ ପ୍ରଧାନ ମଧ୍ୟ ନିଜକୁ ଟିକାଦାନ କେନ୍ଦ୍ରରେ ସାମିଲ କରିବା ସହ ସୁଚାରୁ ରୁପେ ପରିଚାଳନା କରୁଥିବାରୁ ବିଭିନ୍ନ ମହଲରୁ ସେ ପ୍ରଶଂସା ସାଉଁଟୁଛନ୍ତି । ଏନ ଏ ସି ରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ ପାତ୍ର ଦୁଇ ଟୀକା ଦାନ କେନ୍ଦ୍ର ବୁଲି ତଦାରଖ କରୁଛନ୍ତି ।ଟୀକାକରଣ କେନ୍ଦ୍ର ଗୁଡିକରେ ଶୃଙ୍ଖଳା ରକ୍ଷା ଦିଗରେ ବେଲଗୁଣ୍ଠା ଏବଂ ଗାଙ୍ଗପୁର ପୋଲିସ୍ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି I ପ୍ରତି କେନ୍ଦ୍ରରେ ମେଡିକାଲ୍ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରୁଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here