
ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ଉଦୟପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ନିଜ ଗ୍ରାମ କରଚୁଲି ରେ ଜୁନ ୧୨ ତାରିଖ ସକାଳେ ନିଜ ଗୃହରେ ଦେହାନ୍ତ ହୋଇଯାଇଛି। ଶ୍ରୀ ନାୟକଙ୍କ ଶବ ସଂସ୍କାର କାର୍ଯ୍ୟ ନିଜ ଗ୍ରାମର ଶ୍ମଶାନରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ନାୟକ ତାଙ୍କର ଧର୍ମପତ୍ନୀ ଏବଂ ଦୁଇ ଝିଅ ଓ ଜଣେ ପୁଅକୁ ଅନାଥ କରି ଚାଲିଯାଇଥିବା ବେଳେ ବୁଗୁଡା ବ୍ଲକ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଛି। ବୁଗୁଡା ବିଇଓ ପ୍ରଶନ କୁମାର ବେହେରା, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ପିତାମ୍ବର ବିଷୋୟୀ ଏବଂ ବିଭିନ୍ନ ଶିକ୍ଷକ ସଂଗଠନ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି।
ରିପୋର୍ଟ ଅନିଲ କୁମାର ମହାରଣା