ପ୍ରଧାନମନ୍ତ୍ରୀଙ୍କ ଘୋଷାଣା ଦେଶରେ ସମସ୍ତଙ୍କୁ ମାଗଣା ଟୀକା

0
341

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଭାରତର ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ମାଗଣା କରୋନା ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ ଟିକା କ୍ରୟ କରି ରାଜ୍ୟ ସରକାରଙ୍କୁ ମାଗଣା ଯୋଗାଇବ । ରାଜ୍ୟସରକାରଠାରୁ ଟିକାକରଣ ଦାୟିତ୍ୱ ପ୍ରତ୍ୟାହାର କରାଗଲା ବୋଲି ସେ କହିଛନ୍ତି । ଏହା ସହିତ ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାକୁ ବିଶ୍ୱାସ ନକରିବାକୁ ସେ ଆହ୍ୱାନ କରିଛନ୍ତି । କରୋନା କର୍ଫ୍ୟୁରେ ଢିଲା ଦିଆଯିବାକୁ କରୋନା ଚାଲିଗଲା ବୋଲି ନଭାବିବାକୁ ସେ କହିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଟିକା ପାଇଁ କେନ୍ଦ୍ରକୁ ଟଙ୍କା ଦେବ ନାହିଁ । କମ୍ପାନୀଙ୍କଠାରୁ ଟିକା କିଣିବା ଓ ବିତରଣ କରିବା ଦାୟିତ୍ୱ କେନ୍ଦ୍ରର ରହିବ । ତେବେ ଯେଉଁମାନେ ଚାହିଁବେ ସେମାନେ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେଇ ପାରିବେ । ଦେଶରେ ତିଆରି ହେଉଥିବା ଟିକାର ୨୫ ପ୍ରତିଶତ ଘରୋଇ ହସ୍ପିଟାଲ ସିଧା ନେଇ ପାରିବେ । ଏଥିପାଇଁ ଘରୋଇ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ଯାଏଁ ସର୍ଭିସ ଚାର୍ଜ୍ ନେଇ ପାରିବେ । ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ମନିଟର କରିବେ ।ଟିକାକରଣକୁ ନେଇ ରାଜନୀତି ନକରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆସନ୍ତା ଦିପାବଳୀ ପର୍ଯ୍ୟନ୍ତ ବଢାଯିବା ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here