କୋଭାକ୍ସିନ ଟିକା ଅଧିକ ପ୍ରଭାବଶାଳୀ : ଆଇସିଏମଆର

0
339

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁଦିନ ରେକର୍ଡସ୍ତରରେ ବଢ଼ିବାରେ ଲାଗିଛି। ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ମଧ୍ୟ ଜୋରଦାର ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧୩ କୋଟି ଲୋକ ଟିକା ନେଇ ସାରିଲେଣି। ଇତିମଧ୍ୟରେ କରୋନା ଟିକା ‘କୋଭାକ୍ସିନ’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆଇସିଏମଆର ତା’ ଗବେଷଣାରୁ କୋଭାକ୍ସିନ ଅଧିକ ପ୍ରଭାବଶାଳୀ ବୋଲି କହିଛି। କୋଭିଡର ଭିନ୍ନ ଭନ୍ନ ଭ୍ୟାରିଏଣ୍ଟ ସହ କୋଭାକ୍ସିନ ଲଢ଼ି ପାରିବ। ଡବଲ ମ୍ୟୁଟାଣ୍ଟକୁ ନଷ୍ଟ କରିବାରେ କୋଭିକ୍ସିନ ଅଧିକ ସମର୍ଥ। ଏଥିସହିତ ବ୍ରିଟେନ ଓ ବ୍ରାଜଲ ଷ୍ଟ୍ରେନ ନଷ୍ଟ କରିବାରେ ମଧ୍ୟ କୋଭାକ୍ସିନର କ୍ଷମତା ବେଶ ଅଧିକ।

LEAVE A REPLY

Please enter your comment!
Please enter your name here