ସିବିଏସଇ ଦଶମ ପରୀକ୍ଷା ବାତିଲ, ସ୍ଥଗିତ ହେଲା ଦ୍ଵାଦଶ ପରୀକ୍ଷା

0
382

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ କ୍ରମଶଃ ସାଙ୍ଘାତିକ ରୂପ ନେଉଥିବାରୁ ସିବିଏସଇ ପକ୍ଷରୁ ହେବାକୁ ଥିବା ଦଶମ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ସେହିପରି ଦ୍ବାଦଶ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି। ବୁଧବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବା ପରେ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଉପରୋକ୍ତ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here