ଆଜିର ସାହିତ୍ୟ ଚର୍ଚ୍ଚାରେ ଭେଟନ୍ତୁ ଯୁବ ସାହିତ୍ୟିକ ଶ୍ରୀଯୁକ୍ତ ତ୍ରିନାଥ ବେହେରାଙ୍କୁ

0
466

ନାମ- ତ୍ରିନାଥ ବେହେରା,
ପିତା- ପ୍ରତାପ ଚନ୍ଦ୍ର ବେହେରା(ଟୁକୁନା),
ମାତା-ପୂର୍ଣ୍ଣବାସୀବେହେରା,ଗ୍ରାମ-ବଡକୋଦଣ୍ଡା,ଭଞ୍ଜନଗର,ଗଂଜାମ,
ଜନ୍ମ – 01.04.1989, ଶିକ୍ଷାଗତ ଯୋଗ୍ୟତା , ଏମ୍.ଏ, ବି.ଇଡି,
(ହିନ୍ଦୀ କୋବିଦ)
ସେ ନିଜର ପ୍ରାଥମିକ ବିଦ୍ୟାଳୟ ଶିକ୍ଷା- ବଡକୋଦଣ୍ଡା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ଶିକ୍ଷା-ବଡକୋଦଣ୍ଡା, ଜବାହାର ଉଚ୍ଚ ବିଦ୍ୟାଳୟ, ଯୁକ୍ତଦୁଇ କଳା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଭଞ୍ଜନଗରରୁ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସ୍ନାତ୍ତୋକ ଶିକ୍ଷା ରାଜନୀତି ବିଜ୍ଞାନ ସମ୍ମାନ ସହ, ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ, ଭଞ୍ଜନଗର ରୁ ଶିକ୍ଷକ ଯୋଗ୍ୟତା ତାଲିମ(ସିଟି ଟ୍ରେନଂ), ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟ ରାଉରକେଲା ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରୁ ବି.ଇ.ଡି ତାଲିମ ଗ୍ରହଣ ସହିତ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ,ସମ୍ବଲପୁର ରୁ ଓଡିଆରେ ଏମ୍.ଏ ସହ ଇଗନୋରୁ ବର୍ତ୍ତମାନ ପଲିଟିକାଲ ସାଇନସରେ ମଧ୍ୟ ଏମ୍.ଏ କରୁଛନ୍ତି । ପ୍ରାଥମିକ ବିଦ୍ୟାଳୟ ତିଲିକି, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମାକୁମ୍ପା ରେ ସହକାରୀ ଶିକ୍ଷକ ରୂପେ ଓ ପରେ ପ୍ରାଥମିକ ବିଦ୍ୟାଳୟ ବଡପଥରା ରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ ତୁଲାଇବା ପରେ ସଂପ୍ରତି ସେ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ରୂପେ ଅବସ୍ଥାପିତ । ପ୍ରଥମେ ଶିକ୍ଷା ସହାୟକ ସଂଘ ଭଞ୍ଜନଗର ବ୍ଳକ ର ସଭାପତି ପରେ ଜିଲ୍ଲା ପରିଷଦ ଶିକ୍ଷକ ସଂଘ (NPS)ଭଞ୍ଜନଗର ବ୍ଳକର ସଂପାଦକ ରୂପେ ସଠିକ ଦାୟିତ୍ବ ସଂପାଦନ କରି ସେ ଶିକ୍ଷକ ମହଲରେ ସୁପରିଚିତ ହୋଇପାରିଛନ୍ତି । ଅଦ୍ୟାବଧି ଦୁଇଟି ଡ୍ରାମା ଓ ଚାରୋଟି ନାଟକରେ ଅଭିନୟ କରିଥିବା ସହ ଗୋଟିଏ ଡ୍ରାମା ର ରଚନା ସହିତ ଦୁଇ ହଜାର ରୁ ଉର୍ଦ୍ଧ୍ବ କବିତା, କୋଡିଏଟି ଗଳ୍ପ, ଦଶଟି ପ୍ରବନ୍ଧ ରଚନା କରିବା ସହ ନିଜର ପ୍ରଥମ କବିତା ସଂକଳନ ଓଡିଆ ସାହିତ୍ୟ ଜଗତକୁ ଭେଟି ଦେବାକୁ ଯାଉଛନ୍ତି । ସଂପ୍ରତି ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ର କୋଷାଧ୍ୟକ୍ଷ , ସମଷ୍ଟି ସାହିତ୍ୟାନୁଷ୍ଠାନ ଗଂଜାମ ସଂଯୋଜକ, ମାଟିଲଗ୍ନା ସାହିତ୍ୟାନୁଷ୍ଠାନର ଗଞ୍ଜାମ ଜିଲ୍ଲା ଉପସଭାପତି ,ଲୋହରାଖଣ୍ଡି ସାହିତ୍ୟ ସଂସଦର କୋଷାଧ୍ଯକ୍ଷ, ମନସ୍ବିନୀ ରାଜ୍ୟସ୍ତରୀୟ ପତ୍ରିକାର ଆଞ୍ଚଳିକ ସଂପାଦକ ଆଦି ପଦବୀରେ ରହିବା ସହ ଗଞ୍ଜାମର କବିତା ଘର ,କବି ସମ୍ରାଟ ସାହିତ୍ୟ ସଂସଦ, ଘୁମୁସରର ସ୍ବର, ନିଫା ,ନିଗମାନନ୍ଦ ଏଜୁକେସନ ସେଣ୍ଟର ପରି ଅଗ୍ରଣୀ ସାହିତ୍ୟ ଓ ସମାଜସେବା ସହ ଜଡିତ ଅନୁଷ୍ଠାନର ସଦସ୍ୟ ରୂପେ ତଥା ସ୍ପ୍ରେଡ ହେପିନେସ ଫାଉଣ୍ଡେସନର ଓଡିଶା କୋଡିନେଟର ରୂପେ ମଧୁଛନ୍ଦା ସାରସ୍ବତ ଗ୍ରୁପର କାର୍ଯ୍ୟକ୍ରମ ଗୁଡିକ ରେ ସକ୍ରିୟ ଅଂଶଗ୍ରହଣ କରିଆସୁଛନ୍ତି । ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମ, ଜିଲ୍ଲାଖବର ର କବିତାର ପଥେ ପଥେ ଓ ସ୍ବତନ୍ତ୍ର ସାକ୍ଷାତକାର ଆଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଶଂସା ସାଉଁଟିଛନ୍ତି । ସେ ଚଳିତ ବର୍ଷ କଟକ ସ୍ଥିତ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ ଆନୁକୁଲ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହରେ ନିଜର କୃତୀତ୍ବ ନିମିତ୍ତ ରାଜ୍ୟ ସ୍ତରୀୟ ଶିକ୍ଷା ଜ୍ୟୋତି ସମ୍ମାନ-୨୦୨୧ ରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । ଅଦ୍ୟାବଧି ତାଙ୍କ ଲେଖା ପ୍ରକାଶ ପାଇଥିବା ପତ୍ର ଓ ପତ୍ରିକା ଗୁଡିକ ମଧ୍ୟରେ ପ୍ରମେୟ, ଅନୁପମ ଭାରତ, ଅହିଂସକ ଭାରତ, ଅନେକ ଖବର, ଋଷିକୁଲ୍ୟା, ସୃଜନ ସ୍ବପ୍ନ, ସମ୍ବାଦ, ଇନ୍ଦ୍ରଧନୁ, ପ୍ରେରଣା, ଘୁମୁସର, ଘୁମୁସର ସଂବାଦ, ଲୋହରାଖଣ୍ଡି, ଭାଗୀରଥୀ କବିତାର ଗଙ୍ଗା, ସୂର୍ଯ୍ୟୋଦୟ, ବୈଜୟନ୍ତୀ,ଷ୍ଟୋରି ମିରର, ପ୍ରତିଲିପି, ଅଣୁଫର୍ଦ,ମାଟିଲଗ୍ନା,ମନସ୍ବିନୀ,ଗଳ୍ପ ଗଞ୍ଜାମ,ଚନ୍ଦ୍ରିକା,ବିକ୍ଷିପ୍ତା ଇତ୍ୟାଦି ରହିଛି ା ଶିକ୍ଷାଦାନ ତାଙ୍କ ପେଶା ହୋଇଥିବା ବେଳେ ସାହିତ୍ୟ ,ସମାଜ ସେବା ସହ ତବଲା ବାଦନ ତାଙ୍କର ନିଶା ଅଟେ । ସ୍ତ୍ରୀ ସରସ୍ବତୀ ଓ ଝିଅ ଝରାଶ୍ରୀ ଙ୍କୁ ନେଇ ସଂପ୍ରତି ସେ ପିତାମାତାଙ୍କ ସହ କଳା, ସଂସ୍କୃତିର ପେଣ୍ଠସ୍ଥଳୀ ବଡକୋଦଣ୍ଡାରେ ବାସ କରୁଛନ୍ତି । ଆସନ୍ତୁ ଏହି ଅବସରରେ ତାଙ୍କ ରଚିତ ଏକ କବିତା ପାଠ କରିବା ।

କବିତା- ଏଠି କ’ଣ ଚାଲିଛି……?
÷÷÷÷÷÷÷÷÷÷÷÷÷÷÷÷÷÷÷÷
ମାଙ୍କଡ ହାତରେ ଶାଳଗ୍ରାମ ଏଠି
ଅନ୍ଧ ଦେଶେ ବିକ୍ରି ହୁଏ ଦର୍ପଣ
ବିରାଡି କପାଳେ ଶିକା ଛିଣ୍ଡେ ନିତି
ତେଲିଆ ମୁଣ୍ଡରେ ତେଲ ହିଁ ଜାଣ
ନୀରବରେ ସହି କଲେ ହଜମ
ସ୍ବାର୍ଥୀ ଦୁନିଆରେ ପ୍ରିୟପାତ୍ର ତୁମ୍ଭେ
ବଦହଜମେ ଅରଣ୍ୟେ ରୋଦନ…
ବିରାଡି ବୈଷ୍ଣବେ ଯେ ମାଡି ବସିବେ
ଅଣ୍ଟି ଛୁରୀ ତଣ୍ଟି କାଟେ ଯେସନ ।

ଏ ଘର ମାଉସୀ ସେ ଘର ପିଉସୀ
କୁଜି ନେତା ଟାଉଟର ହୁଅନ୍ତି
ଅଦା ବେପାରୀଏଁ ନିତି ନିତି ଏଠି
ଜାହାଜର ମୂଲ ଚାଲ କରନ୍ତି
ଅଳସୁଆ କରେ ବାରବାଟୀ ଚାଷ
ହାତ ଅଳସରେ ବଙ୍କା ହୁଏ ନିଶ
ଦୁନିଆର ରୀତି ଏଇ….
କହି ଦେଲେ ଥରେ ବୀର ଦର୍ପରେ
ବଳଦ ବିନ୍ଧିବାଟା ପକ୍କା ଭାଇ ।

ପୁଣି ଗାଁ କନିଆଁ ତ ସିଂଘାଣି ନାକି
ତା ମଧ୍ୟେ ପ୍ରତିଭା କେ ନ ଦେଖନ୍ତି
ଯିଏ ଆଗୁସାର ଦିଅନ୍ତି ଗୋଡ ଟାଣି
କଙ୍କଡା କୁ ସୋହେ ଗୋଳିଆ ପାଣି
ସଭିଁଏଁ ଡାଙ୍ଗରେ ମହୁ ଯେ ଖାଆନ୍ତି
ହାତେ ନ ମାରିକି ଭାତରେ ମାରନ୍ତି
କିଛି ବକ ଧାର୍ମିକ ସାଜି ଏଠି…
ଏ ଦୁନିଆ ବୁକୁରୁ ଚାଲିଛି କେବଳ
ଜୋର ଯାର ମୁଲକ ତାର ନୀତି ।
@ତ୍ରିନାଥ ବେହେରା
@ବଡକୋଦଣ୍ଡା, ଗଞ୍ଜାମ

ରିପୋର୍ଟ ନିଲୁ ବିଶୋଇ

LEAVE A REPLY

Please enter your comment!
Please enter your name here