ପନ୍ତିଆମା ସ୍କୁଲରେ ପୋଷାକ ବଣ୍ଟନ ମେଳା

0
370

ପୋଲସରା(ନ୍ୟୁଜ ଏକ୍ସଟ୍ରା) ପୋଲସରା ବ୍ଲକ ଅନ୍ତର୍ଗତ ପନ୍ତିଆମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଜୟକୃଷ୍ଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳାରେ ଏସଏମସି ଅଧ୍ୟକ୍ଷ ଫଗୁଣି ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଗୋଛାବାଡ଼ି କ୍ଲଷ୍ଟର ସିଆରସିସି ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଓ ଭାବରଡ଼ା କ୍ଲଷ୍ଟର ସିଆରସିସି କାହ୍ନୁ ଚରଣ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ବେହେରା ଓ ପ୍ରଭାତ କୁମାର ମାହାନ୍ତି ଏବଂ ପାଚିକା ନର୍ମଦା ପ୍ରଧାନ ଓ ସହାୟିକା କୁମାରୀ ଜାନୀ ମେଳା ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here