ଉତ୍କଳୀୟ କଳା

0
518

ଉତ୍କଳ ଦିବସ ଉପଲକ୍ଷେ ଉତ୍କଳ ର କଳା ନୈପୁଣ୍ୟତା କୁ ନେଇ ମୋର ଏହି କବିତା ରଚିତ ।

ଚାରୁ ଚିତ୍ରକଳା
ସୁମୋନହାରିଣୀ

ନୀଳ ଉର୍ମିମାଳା ସୁନ୍ଦର ତଟିନୀ
ସୁନ୍ଦର ମୋ ଉତ୍କଳ ଭୂଇଁ

ବୁଣାକାର ହାତେ ଫୁଟି ଉଠେ
ଏଠି ବାନ୍ଧ ଚିତ୍ରକଳା କାମ

ବିଶ୍ଵ ଦରବାରେ ପ୍ରସିଦ୍ଧ ସେ ଅଟେ
‘ସମ୍ବଲପୁରୀ’ ତା ନାମ

ଶିଳା ର ଦେହରେ
ନିହାଣ ମୂନରେ
ଶିଳ୍ପୀ ଦିଅଇ ପ୍ରାଣ

ବିଶ୍ଵ ପ୍ରସିଦ୍ଧ ମନ୍ଦିର ଗାତ୍ର‌‌‌ ରେ
କାରୁକାର୍ଯ୍ୟ ତା ପ୍ରମାଣ

କୋଟି ଜନତାଙ୍କ
ମନ ନିଏ ଜିଣି
ଓଡ଼ିଶୀ ନୃତ୍ୟ ର
ଛନ୍ଦାୟିତ ଠାଣି

ଜନନୀ ମୋହର
ରତ୍ନ ର ଭଣ୍ଡାର
କେତେ ଯେ ରତ୍ନ
ତା ଗର୍ଭରେ
ସଦା ଉତ୍ପାଦନ ତାର
ଲୈ।ହ ବକ୍ସାଇଟ ଖଣି ରେ

କାରିଗର ହାତେ
ଫୁଟି ଉଠେ ଏଠି
ସୁଖ୍ମ ତାରକସି କାମ

କଳା ରେ ପ୍ରସିଦ୍ଧା
କାଳଜୟୀ କଳା
ବିଶ୍ୱେ ପରିଚିତ
ଉତ୍କଳ ର ନାମ।

ବବିତା ପାତ୍ର

LEAVE A REPLY

Please enter your comment!
Please enter your name here