ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ଜାଣି ନିଅନ୍ତୁ ଗେଟ୍‌ଅପ୍‌ ଓ ମେକ୍‌ଅପ୍‌ର କିଛି ଟିପ୍ସ

0
885

ବର୍ତ୍ତମାନ ସମୟରେ ଚାକିରି ପାଇଁ ପ୍ରତିଯୋଗିତା ହେଉଛି। ଏହି ପ୍ରତିଯୋଗିତା ଭିତରେ ନିଜକୁ ସ୍ୱତନ୍ତ୍ର କରିବାକୁ ହେଲେ ସ୍ୱତନ୍ତ୍ର ପ୍ରସ୍ତୁତିର ବି ଆବଶ୍ୟକତା ରହିଛି । ଆପଣଙ୍କ ଭିତରେ କେତେ ଦକ୍ଷତା ରହିଛି, ତାହା ଏହି ସାକ୍ଷାତକାରରୁ ହିଁ ଜଣାପଡ଼ିଥାଏ। ତେବେ ସାକ୍ଷାତକାରକୁ କେବଳ ପାଠ ବିଷୟରେ ପ୍ରସ୍ତୁତ ହୋଇଗଲେ ଚଳିବ ନାହିଁ। ସାକ୍ଷାତକାରକୁ ଯିବା ବେଳେ ଆପଣଙ୍କ ଗେଟଅପ୍‌ ଓ ମେକଅପ୍‌ ପ୍ରତି ବି ଗୁରୁତ୍ୱ ଦିଅନ୍ତୁ। ଆପଣଙ୍କ ଲୁକ୍‌ କେମିତି ଆକର୍ଷଣୀୟ ହୋଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତା’ହେଲେ ଜାଣି ନିଅନ୍ତୁ, ଏ ସମ୍ବନ୍ଧୀୟ କିଛି ଟିପ୍ସ।

ଡ୍ରେସ୍‌ ଚୟନ: ପ୍ରଥମେ ଆପଣ ସ୍ଥିର କରି ନିଅନ୍ତୁ ଯେ, କେଉଁ କ୍ଷେତ୍ରରେ ଆପଣ ପ୍ରବେଶ କରିବାକୁ ଇଚ୍ଛୁକ ଅଛନ୍ତି। ଯଦି ଆପଣ କର୍ପୋରେଟ କ୍ଷେତ୍ରରେ ଚାକିରି କରିବାକୁ ଚାହୁଁଛନ୍ତି, ତା’ ହେଲେ ଫର୍ମାଲ ଡ୍ରେସ୍‌କୁ ପ୍ରାଥମିକତା ଦିଅନ୍ତୁ। ଯଦି ଆପଣ କ୍ରିଏଟିଭ୍‌ କ୍ଷେତ୍ରରେ କାମ କରିବାକୁ ଇଚ୍ଛୁକ , ତା’ ହେଲେ ଆପଣ ନିଜ ଡ୍ରେସକୁ ନେଇ କିଛି ପ୍ରୟୋଗ କରିପାରିବେ।

LEAVE A REPLY

Please enter your comment!
Please enter your name here