“ସକାଳ”ର ସହ-ସମ୍ପାଦକଙ୍କ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ଶୋକ

0
354

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଦୈନିକ ଖବରକାଗଜ “ସକାଳ”ର ସହ-ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବ୍ରଜ କିଶୋର ପରିଡାଙ୍କ ଅକସ୍ମାତ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ
ପ୍ରେସ୍ କ୍ଳବ୍ କାର୍ଯ୍ୟାଳୟଠାରେ ହୋଇଥିବା ଏକ ବୈଠକରେ ସ୍ୱର୍ଗତ ପରିଡାଙ୍କ ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା ।ପ୍ରକାଶ ଥାଉ କି ସ୍ୱର୍ଗତ ପରିଡା ଶୁକ୍ରବାର ଦିନ ନିଜର କାର୍ଯ୍ୟାଳୟ କାମ ସାରି ନିଜ ଘର କଟକ ଫେରୁଥିବା ସମୟରେ ହଂସପାଳ ନିକଟରେ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିଲେ ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ-ସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,ସହ-ସମ୍ପାଦକ ସରୋଜ କୁମାର ଶତପଥୀ,କୋଷାଧ୍ୟକ୍ଷ ବିଭୁପାଦ ଜେନା, ସନ୍ତୋଷ କୁମାର ବିଷୋୟୀ,ସୁଶାନ୍ତ କୁମାର ବେହେରା,ସୁରେଶ ସୁବୁଦ୍ଧି,ଚନ୍ଦନ କୁମାର ସାହୁ,ରାଜେଶ ପାତ୍ର,ଶିବପ୍ରସାଦ ମହାପାତ୍ର,ମାଧବ ଚନ୍ଦ୍ର ଆପଟ,ଜଗନ୍ନାଥ ନାୟକ,ଶିବରାମ ଚୌଧୁରୀ,ସଚିନ୍ ପୁରୋହିତ,ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here