ଯାଦବ ମାଝୀ ସ୍ମାରକୀ କ୍ରିକେଟ କୋରାପୁଟକୁ ହରାଇ ସେମିଫାଇନାଲରେ ସୁନ୍ଦରଗଡ଼

0
573

ଝରିଗାଁ(ଭୋଦେବ ଗୌଡ଼) ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଗଦାଧର ଷ୍ଟାଡିୟମ ଠାରେ ପଲ୍ଲିଶ୍ରୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଚାଲିଥିବା ୨୧ତମ ଯାଦବ ମାଝୀ ସ୍ମାରକୀ ଆନ୍ତଃରାଜ୍ୟ କ୍ରିକେଟ ପ୍ରତିଯୋଗିତା ର ଆଜିର ମ୍ୟାଚ ରେ ସୁନ୍ଦରଗଡ଼ ଦଳ କୋରାପୁଟ ଦଳ କୁ ହରାଇ ସେମିଫାଇନାଲ ରେ ପହଁଚିଛି | ଆଜିର ମ୍ୟାଚ ରେ କୋରାପୁଟ ଦଳ ପ୍ରଥମେ ଟସ ଜିତି ଫିଲଡିଙ୍ଗ କରିବା ନିଷ୍ପତି ନେଇଥିଲା |ସୁନ୍ଦରଗଡ଼ ଦଳ ପ୍ରଥମେବ୍ୟାଟିଙ୍ଗ କରି ନିର୍ଦ୍ଧାରିତ 20 ଓଭୋର ରେ 6 ୱାଇକେଟ ହରାଇ ବିଶାଲ ହାତୀ ଙ୍କ ଧୂଁଆଧାର 101 ରନ ସହାୟତାରେ 286ରନ ସଂଗ୍ରହ କରିଥିଲା | 287 ରନ ର ବିଜୟଲକ୍ଷ୍ୟ କୁ କୋରାପୁଟ ଦଳ ପିଛା କରି 17.1 ବଲ ରେ 186 ରନ କରି ଅଲଆଉଟ ହୋଇଯାଇଥିଲେ | 100 ରନ ରେ ସୁନ୍ଦରଗଡ଼ ଦଳ ବିଜୟ ହୋଇ ସେମିଫାଇନାଲ ରେ ପଂହଁଚିଛି | ଆଜିର ମ୍ୟାଚ ରେ ଶତକ ଅର୍ଜନ କରିଥିବା ଵିଶାଲ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଆଜିର ସାମ୍ନାନିତ ଅତିଥି ଚନ୍ଦାହାଣ୍ଡି ପ୍ରେସକ୍ଳବ ସଭାପତି ଦିଲ୍ଲୀପ ଦାସ, ବରିଷ୍ଠ ସାମ୍ବାଦିକ ବାସୁଦେବ ସୁନା, ସଂଗ୍ରାମ କେଶରୀ ସାହୁ, ଦିବ୍ୟରଞ୍ଜନ୍ ମହାପାତ୍ର, ପ୍ରତିଷ୍ଠିତ ବ୍ୟବସାୟୀ ଡମ୍ବରୁ ରଥ, ବରିଷ୍ଠ କଣ୍ଟ୍ରାକ୍ଟର ମହମ୍ମଦ ସାଜିଦ ପ୍ରଦାନ କରିଥିଲେ | ଏହି ମ୍ୟାଚ ରେ ଆମ୍ପୟାର ଭାବେ ବନବିହାରୀ ମହାନ୍ତି ଏବଂ ଆସ୍ତିକ ଦାସ ଦାୟିତ୍ୱ ତୁଲାଇ ଥିବା ବେଳେ ସ୍କୋରର ଦିଲ୍ଲୀପ, ଅନଲାଇନ ସ୍କୋରର ରତ୍ନାକର, ଦେବେନ୍ଦ୍ର, ପପୁନ ଓ ଭାଷ୍ୟକାର ଭାବେ ସଂଗ୍ରାମ ଏବଂ ସୌରୀରଞ୍ଜନ ସାହୁ ତୁଲାଇ ଥିଲେ |ଏହି ମ୍ୟାଚ ଦେଖିବାକୁ ବହୁ ଦୂରରୁ ଦର୍ଶକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା | ଆଜିର ମ୍ୟାଚରେ ଅନ୍ୟମାନଙ୍କ ମଧ୍ୟରେ ଟେକଧର , ମଧୁ, ଗୁପ୍ତେଶ୍ୱର, ଆଶୁତୋଷ , ରବୀନ୍ଦ୍ର, ସୁଜ୍ଞାନୀ, ବବଲୁ, ଡୋମାର ପ୍ରମୁଖ ତଥା ପଲ୍ଲିଶ୍ରୀ ଯୁବକ ସଙ୍ଘ ର ସଦସ୍ୟମନେ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here