ଋଷିକୁଲ୍ୟା ଭଲିବଲ କ୍ଲବ ତରଫରୁ ଆରମ୍ଭ ହେଲା ଅନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ

0
481

ଭଞ୍ଜନଗର(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ସୋରଡା, ବୋର୍ଡ ୟୁ ପି ବିଦ୍ୟାଳୟ ଖେଳପଡିଆଠାରେ ଋଷିକୁଲ୍ୟା ଭଲିବଲ କ୍ଲବ ତରଫରୁ ରବିବାର ଠାରୁ ଆରମ୍ଭ ହୋଇଛି ଅନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ।ଗଞ୍ଜାମ , ଗଜପତି ,କନ୍ଧମାଳ ଜିଲ୍ଲା ରୁ ୧୨ ଗୋଟି ଦଳ ଏଥିରେ ଯୋଗଦେବାକୁ ନାମ ପଞ୍ଜୀକରଣ କରିଛନ୍ତି । ରବିବାର ସକାଳେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ,ଆଇଆଇସି ରମେଶ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ବିକଳ ବେହେରା,କ୍ଲବ ସଭାପତି ଜିତେନ୍ଦ୍ର କୁମାର ପାଣ୍ଡେ ପ୍ରମୁଖ ଯୋଗଦେଇ କ୍ରୀଡା ଆୟୋଜନ କୁ ସ୍ଵାଗତ କରିଥିଲେ । ଖେଳ କୁ ଆକର୍ଷଣ କରିବାକୁ କନ୍ଧମାଳ ଜିଲ୍ଲା ରୁ ପାରମ୍ପରିକ ବାଦ୍ୟଦଳ ଆସି ସେମାନଙ୍କ ସୁନ୍ଦର ବାଦ୍ୟ ପ୍ରଦର୍ଶନ କରିଥିଲେ । ମଶାଲ ଶୋଭାଯାତ୍ରା ନଗର ପରିକ୍ରମା କରିବାପରେ ବିଧାୟକ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ,କୋର୍ଟ ଉଦଘାଟନ ଓ ଖେଳାଳି ମାନଙ୍କ ସହ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଖେଳାଳି ସୟଦ ରିୟାଜ ,ସୟଦ ରଫି ,ବାୟା ମହାରଣା ,ଜନ ବେହେରା ସମେତ ବହୁ ଖେଳାଳି ମାନଙ୍କୁ ଉପଢୌକନ ଦେଇ ସନମାନ ପ୍ରଦାନ କରଯାଇଥିଲା । ପ୍ରଥମଦିନରେ ତୁମୁଡିବନ୍ଧ ସହ ଅଡବା ର ଖେଳ ହୋଇଥିଲା । ୧୩ ଦିନ ଧରି ଚାଲିବାକୁ ଥିବା ଏହି ଖେଳ କାର୍ଯ୍ୟକ୍ରମକୁ ଟୁନା ବେହେରା ,ସୟଦ ୱ।ସିମ,ସରୋଜ ପ୍ରଧାନ ,ମନୋଜ ପ୍ରଧାନ ,ଡିଲୁ ମହାରଣା ,ରାଜେଶ ନାୟକ,ଏମଡ଼ି ସାକିର ପ୍ରମୁଖ ପରିଚାଳନା କରୁଛନ୍ତି । ଦୀର୍ଘ ବର୍ଷ ପରେ ଏଠାରେ ଖେଳ ଆୟୋଜନ ହେଉଥିବାରୁ କ୍ରୀଡାପ୍ରେମୀ ମାନଙ୍କ ଖୁସି ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here