ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତାଙ୍କ ଆସିକାରେ ସାମ୍ବାଦିକ ସମ୍ମିଳନୀ

0
413

ଆସିକା(ଜଗନ୍ନାଥ ସାହୁ) ରାଷ୍ଟୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଆସିକାର ବିଭିନ୍ନ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା କରିବା ପରେ ଦିନ ତମାମ ବିଭିନ୍ନ କାର୍ୟ୍ଯ କ୍ରମରେ ଯୋଗ ଦେଇ ଆସିକା ତଥା ଆସିକା ର ଆଖପାଖ ଅଞ୍ଚଳରେ ଥିବା ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ।ଏହା ପରେ କବିସୂର୍ଯ୍ୟ ନଗର ଓ ଆସିକାରେ ଏକ ବିରାଟ ଶୋଭା ଯାତ୍ରା କରିବା ପରେ ଆସିକା ଟାଉନ ହଲରେ ଏକ ସର୍ବସାଧାରଣ ବୈଠରେ ଯୋଗ ଦେଇ ଥିଲେ।ଗଞ୍ଜାମର ଲୋକେ କିପରି ନିଜ ଅଂଚଳରେ କାମ ଧନ୍ଦା ନ ପାଇ କିପରି ଦାଧନ ଖଟୁଛନ୍ତି ତାହା ଉପରେ ଆଲୋଚନା କରିଥିଲେ। ଶେଷରେ ଆସିକା ସିନିମା ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା,କବିସୁଯ୍ୟ ନଗର ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଆସିକା ଚିନିକଳର ସମସ୍ୟା,ଆସିକାରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ମୁକାବିଲା ,ଚିଟଫଣ୍ଡ ଆଦି ଉପରେ ପାର୍ଲ୍ୟାମେଣ୍ଟ ରେ ଉପସ୍ଥାପନ କରିବେ ବୋଲି କହିଛନ୍ତ।

LEAVE A REPLY

Please enter your comment!
Please enter your name here