ଅର୍ପିତା ଏସ୍ଏସଜି ମହିଳା ଗ୍ରୁପ ହାତରେ ଭଞ୍ଜନଗର ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ

0
429

ଭଞ୍ଜନଗର(ନିଲୁ ବିଷୋୟୀ)କରୋନା କଟକଣା ପାଇଁ ଦୀର୍ଘଦିନ ଧରି ବନ୍ଦ ରହିଥିବା ଆହାର କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇ ଆହାର କେନ୍ଦ୍ରଗୁଡ଼ିକୁ ଖୋଲିଛନ୍ତି। ଆହାର କେନ୍ଦ୍ର ଖୋଲିବା ପରେ ଏହାର ଦାୟିତ୍ବ ନେଇଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ।କେବଳ ରୋଷେଇ ଏବଂ ପରିଚାଳକଙ୍କୁ ବାଦ୍ ଦେଲେ ସମସ୍ତ ଆହାର କେନ୍ଦ୍ରରେ ଟିକଟ କାଟିବା, ଖାଇବା ପ୍ରଦାନ କରିବା ଓ ସଫେଇ କରିବା କାର୍ଯ୍ୟ କରିବେ ବୋଲି ଜଣାପଡିଛି। ସେହିପରି ଭଞ୍ଜନଗର ଆହାର କେନ୍ଦ୍ର ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା ଯୋଗୁଁ ଲକଡାଉନ ସମୟରେ ମଧ୍ୟ ଏହାକୁ ଖୋଲା ରଖାଯାଇଥିଲା। ଏଠାରେ ପ୍ରତ୍ୟେକ ଦିନ ଦିନରେ ୫୦୦ ଜଣଙ୍କ ପାଇଁ ଏବଂ ରାତିରେ ୧୫୦ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ଠାରୁ ଭଞ୍ଜନଗରର ଅର୍ପିତା ଏସ୍ଏସଜି ମହିଳା ଗ୍ରୁପ୍ ଏହି ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ଗ୍ରହଣ କରିଛି।

LEAVE A REPLY

Please enter your comment!
Please enter your name here