ଆମ ନିତ୍ୟବ୍ୟବହାର୍ଯ୍ୟ ହଳଦୀ (Turmeric)

0
827

ନ୍ୟୁଜଏକ୍ସଟ୍ରା ବ୍ୟୁରୋ : ହଳଦୀ ଗଛ ଅଦା ଗଛପରି ଏକ ରୂପାନ୍ତରିତ କାଣ୍ଡ ଓ ଏହି କାଣ୍ଡଟି ହେଉଛି ହଳଦୀ | ଏହି ଗଛର ପତ୍ରଗୁଡ଼ିକ ଲମ୍ବା ଓ ସରୁ ହୋଇଥାଏ ଏବଂ ସାଧାରଣ ଭାବେ ଜଙ୍ଗଲ ଓ ପାହାଡିଆ ଅଂଚଳରେ ଚାଷ ହୋଇଥାଏ | ଓଡ଼ିଶାର କନ୍ଧମାଳ,ଆନ୍ଧ୍ରପ୍ରଦେଶ,ତାମିଲ୍ନାଡୁରେ ଏହା ଚାଷ ହୁଏ |
* ହଳଦୀଗୁଣ୍ଡ ୧ ଚାମଚ ସହିତ ମହୁ ମିଶାଇ ଉଷୁମ ପାଣିରେ ପିଇଲେ କାଶରୋଗ ଭଲ ହୋଇଥାଏ |
* ହଳଦୀକୁ ବାଟି ମୁହଁରେ ଲଗାଇଲେ,ଧୀରେ ଧୀରେ ମୁହଁର ବର୍ଣ ସଫା ହୋଇଥାଏ |
* ଚର୍ମରେ ଘା କିମ୍ବା ବଥ ହୋଇଥିଲେ,ହଳଦୀ ଲେପ ଲଗାଇଲେ ଏହା ଶୀଘ୍ର ଭଲହୋଇଥାଏ |
* ହଳଦୀଗୁଣ୍ଡ ଧୁଆଁ ଦେଲେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିର ମନ ଶାନ୍ତ ରହିଥାଏ |
* ହଳଦୀଜଳ କପଡ଼ାରେ ୩୦ ମିନିଟ ବ୍ୟବଧାନରେ ଚକ୍ଷୁ ସଫା କରିଲେ ଚକ୍ଷୁରୁ ପାଣି ବୋହିବା ଓ ଅନ୍ୟ ସମସ୍ୟା ଦୂର ହୁଏ |
* କୌଣସି ସ୍ଥାନରେ ଦରଜ ହେଉଥିଲେ ହଳଦୀ ଗୁଣ୍ଡ ଚାରିଭାଗ ସହ ଚୁନ ଗୋଟିଏ ଭାଗ ମିଶାଇ ପାଣିରେ ଭିଯାଇ ଲଗାଇଲେ ଦରଜ ଭଲ ହୋଇଥାଏ |
* ହଳଦିଖଣ୍ଡ ମଳଦ୍ଵାରରେ ଲଗାଇବା ଦ୍ୱାରା ମଳଦ୍ୱାର ଶୂଳ ଦୂର ହୁଏ |
* ପ୍ରତି ୧୦୦ଗ୍ରାମ ହଳଦୀରେ ୭୦ଗ୍ରାମ ଶ୍ୱେତସାର,୫ଗ୍ରାମ ପୁଷ୍ଟିସାର,୪ଗ୍ରାମ ସ୍ନେହସାର,୧୪୦ମିଲିଗ୍ରାମ କ୍ୟାଲସିଆମ,୬୫ ମିଲିଗ୍ରାମ ଲୌହ ସହ ଜୀବସାର ମଧ୍ୟ ରହିଛି |
* ହଳଦୀ ବଟା ବା ଗୁଣ୍ଡକୁ ଭିଯାଇ କିଛି ରାଶିତେଲ ମିଶାଇ ଦେହରେ ଲଗାଇଲେ ଚର୍ମରୁ ଦୁର୍ଗନ୍ଧ ଦୂର ହୁଏ |

LEAVE A REPLY

Please enter your comment!
Please enter your name here