ରୋଗ ଶଯ୍ୟାରେ ବଳରାମ , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0
381

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ଶଯ୍ୟାଶାୟୀ ଭେଣ୍ଡିଆ ପୁଅ। ଗୁମୁରି ଗୁମୁରି କାନ୍ଦୁଛି  ମା। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଳକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତର ଲୋଙ୍ଘର ଗ୍ରାମରେ। ଲୋଙ୍ଘର ଗ୍ରାମର ବଳରାମ ତରେଇ  ଦୁଇବର୍ଷ ତଳେ ରୋଜଗାର କରିବା ପାଇଁ ଯାଇଥିଲେ ବିଦେଶ। ଗାଁରେ ଝାଟିମାଟିର ଭଙ୍ଗା ଦଦରା ଘର। ବୃଦ୍ଧ ବାପା ସତ୍ୟ ତରେଇ ,ମାଆ ରେଖି ତରେଇ ଓ ଭାଇଭଉଣୀଙ୍କ ଚଳିବାର ବୋଝ ସମ୍ଭାଳୁ ଥିଲେ ବଳରାମ।  ହେଲେ ସେ ଆଜି ଶଯ୍ୟା ଶାୟୀ । ବିଦେଶରେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଲେ ବଳରାମ। ବିଦେଶରୁ ବହୁ ସମସ୍ୟା ଭିତରେ ଗାଁରେ ପହଞ୍ଚିଲେ ହେଲେ ବଳରାମଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଜାଣିବା ପରେ ପରିବାର ଲୋକ ଓ ସମ୍ପର୍କୀୟଙ୍କ ସହଯୋଗରେ ଚିକିତ୍ସା ପାଇଁ ବ୍ରହ୍ମପୁର ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ  ପରୀକ୍ଷା କରି ଜାଣିଲେ ,ସେ ହୃଦ ରୋଗରେ ପୀଡିତ। ତେଣୁ ଡାକ୍ତର ଅଧିକ ଚିକିତ୍ସା ପାଇଁ କଟକ ନେବାକୁ ପରାମର୍ଶ ଦେଇଥିଲେ। ଲକଡାଉନ ଯୋଗୁଁ ସେଠାରେ ମଧ୍ୟ ଉପଯୁକ୍ତ ଚିକିତ୍ସା ହୋଇ ନପାରିବାରୁ ,ଏବେ ବଳରାମ କର୍ମକୁ ଆଦରି ପଡି ରହିଛନ୍ତି ଭଙ୍ଗା ଦଦରା ଝାଟି ମାଟି ଘର ଭିତରେ। ନା ପାଖରେ ଅଛି ଅର୍ଥ, ନା ଅଛି ପରିବାରର ସମ୍ବଳ। ଯାହା କିଛି ଥିଲା ବିକିଭାଙ୍ଗି ,ଧାର କରଜ କରି ସରିଗଲା। ଏବେ ସରକାରୀ ସାହାଯ୍ୟର ଅପେକ୍ଷାରେ ପରିବାର ଲୋକେ। ଯଦି କୌଣସି ସରକାରୀ ସାହାଯ୍ୟ କିମ୍ବା କୌଣସି ସହୃଦୟ ବ୍ୟକ୍ତି ବା ସଂସ୍ଥା ସହଯୋଗର ହାତ ବଢାନ୍ତି ତାହେଲେ ଉପଯୁକ୍ତ ଚିକିତ୍ସା ପାଇଁ ପାରନ୍ତା ବଳରାମ।

LEAVE A REPLY

Please enter your comment!
Please enter your name here