ଆମ ବାଡ଼ି ବଗିଚାରେ ଥିବା ସଜନା ଶାଗ

0
851

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): *ସଜନା-ମଞ୍ଜିକୁ ପାଣି ସାଙ୍ଗରେ ଘୋରି ସୁଙ୍ଗିଲେ ଅସହାୟ ମୁଣ୍ଡବ୍ୟଥା ଦୂର ହୁଏ |
* ସଜନା ପତ୍ର ରସକୁ ଯେକୌଣସି ବେଦନା ବା ବଥା ହେଉଥିବା ଜାଗାରେ ମାଲିଶ କଲେ ତାହା ଶୀଘ୍ର ଭଲ ହୁଏ |
*ସଜନାପତ୍ର ରସ ସାଙ୍ଗରେ ଲୁଣ ମିଶାଇ ଯାଦୁରେ ଘସିଲେ ଯାଦୁ ଭଲ ହୋଇଯାଏ |
*ସଜନାଗଛ ମୂଳର ଛେଲି ସାଙ୍ଗରେ ଧଳା ସୋରିଷ ମିଶାଇ ବାଟି ଲେପ ଦେଲେ ବାୟୁ ଓ କଫ ଯାନିତ କୋପ ବୃଦ୍ଧିର ଉପଶମ ହୁଏ |
*ସଜନା ମଞ୍ଜିକୁ ମହୁ ସାଙ୍ଗରେ ଘୋରି ଆଖିରେ କାଜଲ ଭଳି ଲଗାଇଲେ ସମସ୍ତ ପ୍ରକାର ଚକ୍ଷୁରୋଗ ନିବାରିତ ହୁଏ |
*ମୁଠାଏ ସଜନା ପତ୍ରକୁ ଏକ କପ ପାଣିରେ କିଛି ସମୟ ଫୁଟାଇ ସକାଳୁ ଖାଲି ପେଟରେ ପିଇଲେ ଆଂଠୁବଥା ଭଲ ହୁଏ ଓ ରକ୍ତଚାପ ନିୟନ୍ତ୍ରିତ ହୁଏ |ଏକ ସପ୍ତାହ ଏପରି କରି ଆଉ ଗୋଟିଏ ସପ୍ତାହ ବନ୍ଦ କରି ପୁଣି ଆଉ ଗୋଟିଏ ସପ୍ତାହ ସେବନ କରିବା ଉଚିତ |
*ସଜନାପତ୍ର ରସ ସାଙ୍ଗରେ ସୋରିଷ ବାଟି,ତହିଁରୁ ଅଧା ଚାମଚ ଦିନରେ ତିନି ଥର ସେବନ କରି ଉଷୁମ ପାଣି ସେବନ କଲେ ସ୍ତ୍ରୀମାନଙ୍କର ରଜଃ ପରିଷ୍କାର ହୁଏ |
*ସଜନା ଶାଗ ଓ ସଜନା ଛୁଇଁ (ମୁନିଙ୍ଗା) ଭିଟାମିନ “ଏ”ରେ ଭରପୁର ହୋଇଥିବାରୁ ଅନ୍ୟାନ୍ୟ ପରିବା ସହ ଏହା ମଧ୍ୟ ଆମ ଖାଦ୍ୟରେ ପ୍ରତ୍ୟହ ବ୍ୟବହାର କରିବା ଉଚିତ

LEAVE A REPLY

Please enter your comment!
Please enter your name here