କଲରା ସେବନର ଉପକାରିତା

0
907

ନ୍ୟୁଜଏକ୍ସଟ୍ରା :୧.ମଧୁମେହ ରୋଗ ନିରାକରଣ ପାଇଁ କଲରା ଅତି ଆବଶ୍ୟକ-ଦୈନିକ ୨୦ ଗ୍ରାମ କଲରା ରସ ସକାଳେ ଖାଲି ପେଟରେ ପିଇଲେ,ଏକ ମାସରେ ମୂତ୍ର ଶର୍କରା ଓ ରକ୍ତ ଶର୍କରା ନିୟନ୍ତ୍ରଣ ହୁଏ |
୨.କଲରାର ୨ ବା ୩ ଟି ମଞ୍ଜି ସହିତ ସମଭାବରେ ଗୋଲମରିଚ ବାଟି ଅଳ୍ପ ପାଣିରେ ମିଶାଇ ଛାଣି ଟିକିଏ ଟିକିଏ ପିଲାମାନଙ୍କୁ ପିଆଇଲେ ବାନ୍ତି ବନ୍ଦ ହୁଏ |
୩.ଗଣ୍ଠିବାତ- କଲରାକୁ ଚାଞ୍ଚୀ ତାର ଶେଷ ଭାଗକୁ ନିଆଁରେ ପୋଡି,ସିଝିଗଲାପରେ ଛେଚି ସେଥିରେ ଟିକେ ଚିନି ମିଶାଇ ଗରମ ଗରମ ଖୁଆଇଲେ ଗଣ୍ଠିବାତ ଦୂର ହୁଏ | ଥରକୁ ଏହା ୧୦୦ ଗ୍ରାମ ଲେଖେ ୧୦ ଦିନ ଦେବାକୁ ହୁଏ |
୪.କଲରା ରସରେ ଗୋଲମରିଚ ଘୋରି ଆଖିର ଉପର ତଳ ପତାରେ ଲଗାଇଲେ ଅନ୍ଧାର କଣା ରୋଗ ଦୂର ହୁଏ |
୫.ପାଦ ତଳ ଜଳାପୋଡ଼ା ହେଉଥିଲେ,କଲରା ପତ୍ର ରସ ଲଗାଇଲେ ଭଲ ହୁଏ |
୬.କଲରା ପତ୍ର ସିଝା ପାଣି ବା କଲରା ପତ୍ର ଓ ହଳଦୀ ବାଟି ସକାଳୁ ଖାଲି ପେଟରେ ପିଲାଙ୍କୁ ଦେଲେ କୃମି ଦୂର ହୁଏ |

LEAVE A REPLY

Please enter your comment!
Please enter your name here