ନିୟମ ଖିଲାଫକାରୀଙ୍କ ବିରୋଧରେ ବିଏମସି କର୍ତ୍ତୃପକ୍ଷଙ୍କ କଡା ମନୋଭାବ।

0
875

ବ୍ରହ୍ମପୁର,୩୦/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ଜାଣତରେ ହେଉ ଅଥବା ଅଜାଣତରେ ଆପଣ ବ୍ରହ୍ମପୁର ମହାନଗର ନିଗମର କୌଣସି ନିୟମକୁ ଉଲଂଘନ କରୁଛନ୍ତି କି ? ତେବେ ସାବଧାନ! ଏଣିକି ନିଗମ କର୍ତ୍ତୃପକ୍ଷ ନିୟମ ଖିଲାଫକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ରାସ୍ତାଘାଟରେ ଘର ତିଆରି କିଛି ସାମଗ୍ରୀ ରଖି ରାସ୍ତା ଅବରୋଧ କରି ଅନ୍ୟଙ୍କ ପାଇଁ ସମସ୍ୟା ସୃଷ୍ଟି କଲେ ବରଦାସ୍ତ କରାଯିବନି। ସେହିଭଳି ରାସ୍ତା କଡରେ ପରିସ୍ରା କଲେ ବି ଆଦାୟ ହେବ ତଣ୍ଡ। ଏଭଳି ଏକ ଘଟଣା ଘଟିଛି ଆଜି ବ୍ରହ୍ମପୁର ସହରରେ। ଟାଟାବେଂଜ଼ ଛକ ନିକଟ କାମାସ ଇନ ହୋଟେଲ ସମ୍ମୁଖରେ ଜଣେ ବ୍ୟକ୍ତି ନିଜ ଘର ନିର୍ମାଣ କରିବା ପାଇଁ ଗୋଡି, ବାଲି ଆଦି ଆଣି ରାସ୍ତା ଉପରେ ରଖିଥିଲେ। ଏନେଇ କେହି ଦିୟିତ୍ୱ ସମ୍ପନ୍ନ ବ୍ୟକ୍ତି ନିଗମ କମିଶନରଙ୍କୁ ଜଣାଇବାପରେ ତୁରନ୍ତ ସେହି ସ୍ଥାନରେ ବିଏମସି ଏନ୍ଫୋର୍ସମେଣ୍ଟ ଟିମ ପହଂଚି ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଦଶ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଏଣୁ ଏଭଳି କାର୍ଯ୍ୟରୁ ସମସ୍ତେ ନିବୃତ୍ତ ରହିବା ସହିତ ଯଦି କେହି ଏଭଳି କରୁଥାଏ ତେବେ ବିଏମସି କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମଧ୍ୟ ନିଗମ ପକ୍ଷରୁ ନିବେଦନ କରାଯାଇଛି। ବିଏମସିର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସହରବାସୀ ଖୁସି ବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here