
ବେଗୁନିଆପଡ଼ା,୨୯/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-: ଆଜି ବେଗୁନିଆପଡ଼ା ବ୍ଲକ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି 354ଟି ଅଭିଯୋଗ ଗ୍ରହଣ କରିଛନ୍ତି l ଏଥି ମଧ୍ୟରୁ ବିଶେଷ ଭlବରେ ମୋ କୁଡିଆ, ପାନୀୟ ଜଳ ଯୋଗାଣ, ରାସନ୍ କାର୍ଡ, ଶିକ୍ଷା, ମଦ ଦୋକାନ ବନ୍ଦ, ରାସ୍ତା ନିର୍ମାଣ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଜନ ସାଧାରଣ ଅଭିଯୋଗ କରିଛନ୍ତି l ସୁମଣ୍ଡଳ ସ୍ଥିତ ରବି ଘୋଷ୍ ନୋଡାଲ ହାଇସ୍କୁଲର ଅଚଳାବସ୍ଥା ଉପରେ ସ୍ଥାନୀୟ ଜନ ସାଧାରଣ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରିବା ସହ ବିଦ୍ୟାଳୟର କୌଣସି ଉନ୍ନୟନ ମୂଳକ କାମ ନହେବା ଓ ୨୦୧୮-୧୯ମସିହାରେ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ନହେବା, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ମନମୁଖୀ କାର୍ଯ୍ୟ ଉପରେ ଅଭିଯୋଗ କରିଥିଲେ। ପରେ ଜିଲ୍ଲାପାଳ ତୁରନ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡାଙ୍କୁ ସୁମଣ୍ଡଳ ରବି ଘୋଷ ବିଦ୍ୟାପୀଠକୁ ଯାଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ସୁମଣ୍ଡଳରେ ବନ୍ଦ ଥିବା ମଦ ଦୋକାନ ଓ ମଦ ଭାଟିକୁ ପୁନଃ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା l ବlଣିଆବାଡ଼ି ଠାରୁ ସୁମଣ୍ଡଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ ସ୍ଥାନୀୟ ଜନ ପ୍ରତିନିଧି ଓ ଲୋକେ ଦାବି କରିଥିଲେ। ଏହି ବ୍ଲକର ରାହାଡା ଓ ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ତ୍ରିନାଥ ଭୂୟାଁ ପ୍ରମୁଖ ଜିଲ୍ଳାପାଳଙ୍କ ନିକଟରେ ଦାବି କରିଥିଲେ l ଆଜିର ଅଭିଯୋଗ ଶୁଣାଣୀରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟି, ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ଏସ୍ ଡି ପି ଓ ନିମାଇଁ ଚରଣ ସେଠୀ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବି ଡି ଓ ଅରୁଣ କୁମାର ମଲ୍ଲିକ, କୋଦଳା ଥାନା ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାହୁ, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ବିଇଓ କମଳା କାନ୍ତ ସାହୁଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।