ଗୋଲମରୀଚର ଉପକାରିତା

0
1054

ବ୍ରହ୍ମପୁର ୨୯/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):୧.ଗୋଲମରୀଚକୁ ଗୋଟିଏ ଛୁଞ୍ଚିରେ ଫୋଡି ନିଆଁରେ ଜଳାଇ ତାର ଧୂଆଁକୁ ନାକ ପାଖରେ ଧରି ନାକଵାଟେ ଟାଣିଲେ ମୁଣ୍ଡବିନ୍ଧା ଦୂର ହୁଏ |
୨.ଗୋଲମରିଚ ଚୂର୍ଣ୍ଣରେ ଦାନ୍ତ ଘସିଲେ ଅନେକ ପ୍ରକାର ଦାନ୍ତ ରୋଗ ଦୂର ହୁଏ |
୩.ଗୋଲମରିଚ ଚୂର୍ଣ୍ଣ ଓ ମହୁ ମିଶାଇ ଖାଇଲେ କାଶ ଦୂର ହୁଏ |
୪.ପିଆଜ,ଲୁଣ ଓ ଗୋଲମରିଚ ମିଶାଇ ବାଟି ମୁଣ୍ଡରେ ଲଗାଇଲେ ଚନ୍ଦା ମୁଣ୍ଡରେ ବାଳଉଠେ |
୫.ଗୋଲମରିଚ,ଶୁଣ୍ଠୀ,ପିପଲ୍ଲୀ ମିଶାଇ ଗୁଣ୍ଡ କରି ଖାଣ୍ଟି ସୋରିଷ ତେଲରେ ମିଶାଇ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦଶ ଗ୍ରାମ ଲେଖାଏଁ ସାତ ଦିନ ଖୁଆଇଲେ ଗର୍ଭବତୀ ମହିଳାର ପ୍ରସବ ପରବର୍ତ୍ତୀ କଷ୍ଟ ଦୂର ହୁଏ |
୬.ଗଳାରେ ଘା ହୋଇଥିଲେ ବା ଗ୍ଲାଣ୍ଡ ବଢ଼ିଯାଇଥିଲେ,ଗୋଲମରିଚ ଚୂର୍ଣ୍ଣ ଓ ଲୁଣକୁ ଗରମ ପାଣିରେ ପକାଇ ଗାର୍ଗେଲ କରିଲେ ଗଳାରୋଗ ଦୂର ହୁଏ |
୭.ଯାଦୁ ଉପରେ ଗୋଲମରିଚ ବାଟି ଲଗାଇଲେ ଯାଦୁ ଭଲ ହୁଏ |
୮.ଶୁଖିଲା ଲଙ୍କା ଗୁଣ୍ଡ ପରିବର୍ତ୍ତେ ଗୋଲମରିଚ ଗୁଣ୍ଡ ପ୍ରତିଦିନ ଖାଉଥିବା ଖାଦ୍ୟରେ ବ୍ୟବହାର କରିଲେ ଶରୀର ସୁସ୍ଥ ରୁହେ |
୯.ସାତଟି ଗୋଲମରିଚ,ସାତଟି ଗଙ୍ଗଶିଉଳି ପତ୍ରକୁ ମିଶାଇ ବାଟି ଦିନରେ ତିନିଥର ତିନି ଦିନ ପିଇଲେ ଅଂଟା ବଥା ଦୂର ହୁଏ |
୧୦.୨୫ଟି ଗୋଲମରିଚ ସହିତ ଗୋଟିଏ ଗଇଶ ଗଛକୁ ସମ୍ପୂର୍ଣ ବାଟି ମୂଷା କିମ୍ବା ଚୁଚୁନ୍ଦ୍ରା କାମୁଡିଥିବା ରୋଗୀକୁ ପିଆଇଲେ ଓ ଅନ୍ୟ ଏକ ଗଇଶ ଗଛକୁ କାମୁଡିଥିବା ଜାଗାରେ ବାନ୍ଧିଦେଲେ ବିଷ ନଷ୍ଟ ହୁଏ |

LEAVE A REPLY

Please enter your comment!
Please enter your name here