ଫିଙ୍ଗର ଫ୍ରାଏ

0
756

(ନ୍ୟୁଜ୍ ଏକ୍ସଟ୍ର। ବ୍ୟୁରୋ) ପ୍ରସ୍ତୁତି ସାମଗ୍ରୀ- ସିଝା ଆଳୁ-୪ଟି, ସୁଜି-୧କପ୍, କଞ୍ଚା ଲଙ୍କା-୬ଟି, ସ୍ୱାଦ ଅନୁସାରେ ଲୁଣ, ହେଙ୍ଗୁ-୧/୪ଚାମଚ, କଟା ଧନିଆ ପତ୍ର-୩ଚାମଚ, ତେଲ-୨ବାଉଲ୍ ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ସୁଜିକୁ ଭଲଭାବେ ଘାଣ୍ଟି ସୁଜିକୁ ଜନ୍ତି ଦେବେ । ସୁଜି ଜନ୍ତି ହୋଇଗଲାପରେ ତାକୁ ଥଣ୍ଡା ହେବାପାଇଁ ଗୋଟିଏ ପାତ୍ରକୁ କାଢି ଦେବେ । ଏହାପରେ ଏକ ପାତ୍ରନେଇ ସେଥିରେ ସିଝା ଆଳୁ, କଟା ଧନିଆ ପତ୍ର, କଟା କଞ୍ଚା ଲଙ୍କା, ହେଙ୍ଗୁ ଓ ସ୍ୱାଦ ଅନୁସାରେ ଲୁଣ ଦେଇ ଭଲଭାବେ ମିସ।ଇ ଦେବେ । ଆଳୁ ଚକଟା ପ୍ରସ୍ତୁତ ହୋଇଗଲାପରେ ସେଥିରେ ଜନ୍ତା ସୁଜିକୁ ଭଲଭ।ବେ ମିଶାଇ ଦିଅନ୍ତୁ । ମିଶ୍ରଣ ପରେ ତକୁ ଫିଙ୍ଗର ଆକାର ରୋଲ୍ ବନେଇ ଗୋଟିଏ ପାତ୍ରରେ ରଖିଦେବେ । ଚୂଲାରେ କଡେଇ ବସେଇ ତେଳ ଗରମ କରନ୍ତୁ । ତେଳ ଗରମ ହୋଇଗଲାପରେ ସେଥିରେ ଫିଙ୍ଗର ଆକାର ରୋଲ୍ ଗୁଡିକୁ ଛାଣି ଦେବେ । ଏହାପରେ ପ୍ରସ୍ତୁତ ହୋଇଗଲ। ଫିଙ୍ଗର ଫ୍ରାଏ ।

LEAVE A REPLY

Please enter your comment!
Please enter your name here