ମିକ୍ସ୍ ଭେଜିଟେବୁଲ୍ ଗ୍ରେଭି

0
809

(ନ୍ୟୁଜ୍ ଏକ୍ସଟ୍ର। ବ୍ୟୁରୋ) ପ୍ରସ୍ତୁତି ସାମଗ୍ରୀ- ୪ଟି ଆଳୁ, ଅଧା କପ୍ କୋରା ନଡିଆ ,୬ ପାଖୁଡା ଫୁଲକୋବି, କଟାଯାଇଥିବା ପିଆଜ,୧୦୦ ଗ୍ରାମ୍ ସିଝାଯାଇଥିବା ଗ୍ରୀନ୍ ମଟର, ୧୦୦ ଗ୍ରାମ୍ ଗାଜର, କଟାଯାଇଥିବା ଦୁଇଟି ଟମାଟ, ସରୁ ସରୁ କରି କଟାଯାଇଥିବା ଏକ ଇଞ୍ଚର ଅଦା, ସରୁ ସରୁ କରି କଟାଯାଇଥିବା ଦୁଇଟି ରସୁଣ, ଡାଳଚିନି ୪ଟି, ୩ଟି ଲବଙ୍ଗ, ଏକ ଚାମଚ ଧଣିଆ , ଏକ ଚାମଚ ଜୀରା, ଏକ ଚାମଚ ଗରମ ମସଲା, ଏକ ଚାମଚ ଲାଲ୍ ଲଙ୍କା ଗୁଣ୍ଡ ଓ ସରୁ ସରୁ କଟାଯାଇଥିବା ଧଣିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ- ଅଧା କପ୍ କୋରା ଯାଇଥିବା ନଡିଆ, କଟାଯାଇଥିବା ଦୁଇଟି ଟମାଟ, ସରୁ ସରୁ କରି କଟାଯାଇଥିବା ଏକ ଇଞ୍ଚର ଅଦା, ସରୁ ସରୁ କରି କଟାଯାଇଥିବା ଦୁଇଟି ରସୁଣ, ଡାଳଚିନି ୪ଟି, ୩ଟି ଲବଙ୍ଗ, ଏକ ଚାମଚ ଧଣିଆ , ଏକ ଚାମଚ ଜୀରା, ଏକ ଚାମଚ ଗରମ ମସଲା, ଏକ ଚାମଚ ଲାଲ୍ ଲଙ୍କା ଗୁଣ୍ଡ ଓ ସରୁ ସରୁ କଟାଯାଇଥିବା ଧଣିଆ ପତ୍ର । କୁକର୍ରେ ସବୁ ପରିବାକୁ ହଳଦୀ ଓ ଲୁଣ ଦେଇ ସିଝାଇ ଦିଅନ୍ତୁ । ପ୍ୟାନ୍ରେ ତେଲ ଗରମ କରନ୍ତୁ । ଏଥିରେ କଟାଯାଇଥିବା ପିଆଜକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏଥିରେ ଗ୍ରାଇଣ୍ଡ ହୋଇଥିବା ଗ୍ରେଭିକୁ ପକାଇ କିଛି ସମୟ ଫ୍ରାଏ କରନ୍ତୁ । ୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଫ୍ରାଏ କରନ୍ତୁ । ଏଥିରେ ସିଝାଯାଇଥିବା ପରିବା ପକାଇ କିଛି ସମୟ ଫ୍ରାଏ କରନ୍ତୁ । ପରେ ଗରମ ଗରମ ଭେଜିଟେବୁଲ୍ ଗ୍ରେଭିକୁ ବାହାର କରି କଟାଯାଇଥିବା ଧଣିଆ ପତ୍ର ପକାଇ ସର୍ବ କରନ୍ତୁ।

LEAVE A REPLY

Please enter your comment!
Please enter your name here